ଭୁବନେଶ୍ୱର,୧୫ ଜୁଲାଇ (ହି.ସ.) - ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ବିଶ୍ୱବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ତିନି ଦିନ ଧରି ଜୀବନ ଓ ମୃତ୍ୟୁ ସଙ୍ଗେ ଯୁଦ୍ଧ କରି ଶେଷରେ ଗତ କାଲି ରାତ୍ରି ସମୟରେ ଅଫେରା ରାଇଜକୁ ଚାଲିଯାଇଛନ୍ତି। ତାଙ୍କ ବିୟୋଗ ଆମ ସମସ୍ତଙ୍କୁ ଗଭୀର ମର୍ମାହତ କରିଛି। ସ୍ୱର୍ଗତଃ ସୌମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରି ଭୁବନେଶ୍ୱର ବିଜେପି ପକ୍ଷରୁ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ସମୁଖରେ ଦ୍ୱୀପ ପ୍ରଜ୍ୱଳନ କରାଯାଇଛି।
ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ବାବୁ ସିଂ, ଟଙ୍କଧର ତ୍ରିପାଠୀ, ଇରାଶିଶ୍ ଆଚାର୍ଯ୍ୟ, ବରିଷ୍ଠ ନେତା ବିରଂଚି ନାରାୟଣ ତ୍ରିପାଠି, ନିରଞ୍ଜନ ମିଶ୍ର, ଅରବିନ୍ଦ ଢ଼ାଲି, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖଙ୍କ ସମେତ ଅନେକ ସଂଖ୍ୟାରେ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା