ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ବିଜେପି ନେତା ବିଜୟ ପ୍ରଧାନଙ୍କ ଉପରେ ଆକ୍ରମଣ ଘଟଣା : ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି
ଗଞ୍ଜାମ, ୧୬ ଜୁଲାଇ (ହି.ସ.)- ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ବିଜେପି ନେତା ବିଜୟ ପ୍ରଧାନଙ୍କ ଉପରେ ଗତ ମାସ ୧୮ ତାରିଖରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ‌ପିତଳ ବାଳିଳା ହାଇସ୍କୁଲ ପିଅନ ଗୋପାଳ ଚନ୍ଦ୍ର ମଳିକ‌କୁ‌ ହିଞ୍ଜିଳିକାଟୁ ପୁଲିସ ଗିରଫ କରିଛି
ଗୋପାଳ ଚନ୍ଦ୍ର ମଳିକ‌କୁ‌ ହିଞ୍ଜିଳିକାଟୁ ପୁଲିସ ଗିରଫ କରିଛି


ଗଞ୍ଜାମ, ୧୬ ଜୁଲାଇ (ହି.ସ.)- ପିତଳ ସରପଞ୍ଚ ରାମରାଘବ ପାତ୍ର ଓ ବିଜେପି ନେତା ବିଜୟ ପ୍ରଧାନଙ୍କ ଉପରେ ଗତ ମାସ ୧୮ ତାରିଖରେ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ‌ପିତଳ ବାଳିଳା ହାଇସ୍କୁଲ ପିଅନ ଗୋପାଳ ଚନ୍ଦ୍ର ମଳିକ‌କୁ‌ ହିଞ୍ଜିଳିକାଟୁ ପୁଲିସ ଗିରଫ କରିଛି । ଫଳରେ ମାମଲାରେ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି l

ଘଟଣାରେ ଜଡ଼ିତ ୧୩ ଅଭିଯୁକ୍ତଙ୍କ ମଧ୍ୟରୁ ପୁଲିସ ଇତିମଧ୍ୟରେ ମାତ୍ର ୬ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମୂଖ୍ଯ ଅଭିଯୁକ୍ତମାନେ ଏଯାଏ‌ ଗିରଫ‌ ହୋଇନଥିଵାରୁ ପୁଲିସର କାର୍ଯ୍ୟ ଉପରେ ଜନସାଧାରଣଙ୍କ ସନ୍ଦେହ ସୃଷ୍ଟି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande