ଭୁବନେଶ୍ୱର, 16 ଜୁଲାଇ (ହି.ସ.) ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଆୟୁଷ ସହାୟକ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨୫ ର ପ୍ରଣୟନକୁ ଅନୁମୋଦନ କରିଛନ୍ତି ।
ସରକାର ଆୟୁଷ ସ୍ଵାସ୍ଥ୍ୟ କଲ୍ୟାଣ କେନ୍ଦ୍ରର ବିକାଶକୁ ଦୃଷ୍ଟିରେ ରଖ୍ ଜନସାଧାରଣଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟ ସେବା ସୁନିଶ୍ଚିନ୍ତ କରିବା ନିମନ୍ତେ ଆୟୁଷ ସହାୟକମାନଙ୍କୁ ଏକ ଯୁକ୍ତିସଙ୍ଗତ ଢାଞ୍ଚା ସହିତ ଉତ୍ତମ ପଦୋନ୍ନତିର ସୁଯୋଗ ପ୍ରଦାନ କରିଛନ୍ତି । ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ ଦ୍ବାରା ୩୫୦ ଗୋଟି ବରିଷ୍ଠ ଆୟୁଷ ସହାୟକ ପଦବୀ ଏବଂ ୧୨ ଗୋଟି ମୁଖ୍ୟ ଆୟୁଷ ସହାୟକ ପଦବୀ ନିୟମାବଳୀ, ୨୦୧୭ ଅନୁଯାୟୀ ଯଥାକ୍ରମେ ବେତନ ଲେଭଲ୍ ୭ ଓ ବେତନ ଲେଭଲ୍ ୯ରେ ସୃଷ୍ଟି କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା