ଜମନକିରାରେ ଶାନ୍ତିପୂର୍ଣ୍ଣ ବନ୍ଦ୍ ପାଳନ
ଜମନକିରାରେ ଶାନ୍ତିପୂର୍ଣ୍ଣ ବନ୍ଦ୍ ପାଳନ
ଜମନକିରାରେ ଶାନ୍ତିପୂର୍ଣ୍ଣ ବନ୍ଦ୍ ପାଳନ


ସମ୍ବଲପୁର, ୧୭ ଜୁଲାଇ (ହି.ସ.) ବାଲେଶ୍ଵର ଏଫ୍ ଏମ କଲେଜ୍ ଛାତ୍ରୀ ସ୍ବର୍ଗତା ସୌମ୍ୟାଶ୍ରୀ ବିଶିଙ୍କ ପ୍ରତି ହୋଇଥିବା ଅକଥନୀୟ ନିର୍ଯାତନା ଓ ଶୋଷଣ ଭଳି ଅପରାଧ ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯ୍ୟାତନା ବିରୋଧରେ ଜମନକିରା ବ୍ଲକ୍ କଂଗ୍ରେସ୍ କମିଟି ସଭାପତି କେଦାରନାଥ ବରିହାଙ୍କ ନେତୃତ୍ୱରେ ଆଜି ସକାଳ ୬ ଟାରୁ ସ୍ଥାନୀୟ ଜମନକିରା ଦଶଘରିଆ ବାଇପାସ୍ ଛକ ଠାରେ ଏନଏଚ ୫୩ କୁ ବ୍ଲକ୍ କଂଗ୍ରେସ କର୍ମୀମାନେ ଅବରୋଧ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ୍ ପାଳନ କରିଛନ୍ତି। କର୍ମୀମାନେ ଘରକୁ ଘର ଦୋକାନରୁ ଦୋକାନ ସାହି ବସ୍ତି ବଜାର ବାଇକ୍ ରେ ବୁଲି ପିକେଟିଂ କରିଥିଲେ। ଜମନକିରା ରେ ଅନେକ ବନ୍ଦ୍ ପାଳନ ହୋଇଛି, କିନ୍ତୁ ଆଜିର ବନ୍ଦ୍ ପାଳନ ଭଳି ପୂର୍ବରୁ କେବେ ହୋଇନଥିବା ବିଭିନ୍ନ ମହଲରୁ କୁହାଯାଉଛି । ଅନେକ ଆନ୍ଦୋଳନରେ ଦୋକାନ ବଜାର ଖୋଲା ରହି ସ୍ଵାଭାବିକ ଭାବେ ବ୍ୟବସାୟ ଚାଲୁଥିବା ନଜିର ରହିଛି। କିନ୍ତୁ ଆଜିର ଓଡ଼ିଶା ବନ୍ଦ ପାଳନରେ ଦୋକାନ ବଜାର, ବ୍ୟାଙ୍କ୍, ଶିକ୍ଷାନୁଷ୍ଠାନ ଗୁଡିକ ସ୍ଵତଃ ବନ୍ଦ ରହିଥିଲା। ବରିଷ୍ଠ କଂଗ୍ରେସ ନେତା ସରୋଜ ପଟ୍ଟନାୟକ, ଜଗଦାନନ୍ଦ ମହାପାତ୍ର, ଅଶୋକ ଦାନୀ, ମନୋରଞ୍ଜନ ଦାସ, ମନୋଜ ନାଏକ, କିଶୋର ଚନ୍ଦ୍ର ନାଏକ, ସୁଦକ୍ଷ ଭୂୟାଁ, ନିମାଇଁ ଚରଣ ପଧାନ, ଲଳିତ ବାଘ, ଯିକୋ ସାମଲ, ବିମଳ ମହାନ୍ତି, ଅଲେଖ ଗର୍ଡିଆ, ପ୍ରମୋଦ ମହାପାତ୍ର, ମହମ୍ମଦ ଜାହିର ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande