ଚମ୍ପୁଆ ଉପଖଣ୍ଡରେ ଓଡିଶା ବନ୍ଦର ପ୍ରଭାବ
ଚମ୍ପୁଆ, 17 ଜୁଲାଇ (ହି.ସ.), ଚମ୍ପୁଆ ଉପଖଣ୍ଡ ମୁଖ୍ୟାଳୟଠାରେ ଆଜି ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଉପଖଣ୍ଡର ୩ ଗୋଟି ବ୍ଲକ ଯଥା ଚମ୍ପୁଆ, ଯୋଡ଼ା, ଝୁମ୍ପୁରା ଏହି ବନ୍ଦକୁ ଶାନ୍ତି ପୁର୍ଣ୍ଣ ଭାବରେ ଲୋକେ ସମର୍ଥନ କରିଥିଲେ । କଂଗ୍ରେସ ଓ ଅନ୍ୟାନ୍ୟ ବାମପନ୍ଥୀ ଦଳର କର୍ମୀମା
ଚମ୍ପୁଆ ଉପଖଣ୍ଡରେ ଓଡିଶା ବନ୍ଦର ପ୍ରଭାବ


ଚମ୍ପୁଆ, 17 ଜୁଲାଇ (ହି.ସ.), ଚମ୍ପୁଆ ଉପଖଣ୍ଡ ମୁଖ୍ୟାଳୟଠାରେ ଆଜି ଓଡିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବନ୍ଦ ପ୍ରଭାବରେ ଉପଖଣ୍ଡର ୩ ଗୋଟି ବ୍ଲକ ଯଥା ଚମ୍ପୁଆ, ଯୋଡ଼ା, ଝୁମ୍ପୁରା ଏହି ବନ୍ଦକୁ ଶାନ୍ତି ପୁର୍ଣ୍ଣ ଭାବରେ ଲୋକେ ସମର୍ଥନ କରିଥିଲେ । କଂଗ୍ରେସ ଓ ଅନ୍ୟାନ୍ୟ ବାମପନ୍ଥୀ ଦଳର କର୍ମୀମାନେ ମିଶି ସମସ୍ତ ସରକାରୀ ବେସରକାରୀ ସ୍କୁଲ କଲେଜ, ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ କରିଥିଲେ । ବନ୍ଦ ପ୍ରଭାବରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ଘଟିଥିଲା । ବାଲେଶ୍ଵର ଏଫ୍ ଏମ କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ ଓ ବାମପନ୍ଥୀ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ଚମ୍ପୁଆରେ କେରଳା ଇଂରାଜୀ ମିଡିୟମ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର କ୍ରୀଷ୍ଣା ପ୍ରଧାନ ବିଦ୍ୟାଳୟ ଛାତ୍ରାବାସରେ ଆତ୍ମହତ୍ୟା କରିବା ଘଟଣାକୁ ମଧ୍ୟ ପ୍ରସଙ୍ଗ କରାଯାଇ ବନ୍ଦ ପାଳନକୁ ଜୋରଦାର କରାଯାଇଥିଲା । ଏହି ବନ୍ଦରେ କଂଗ୍ରେସର ଓଡିଶା ଆଦିବାସୀ ସେଲ ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପୂର୍ବତନ ଓବିସି ରାଜ୍ୟ ଉପସଭାପତି ଗୁରୁବକ୍ସ ସିଂ ଆହଲୁଓ୍ୱାଲିଆ, ସିପିଆଇ ଜିଲା ସମ୍ପାଦକ ବିଦ୍ୟାଧର ମହାନ୍ତଙ୍କ ସମେତ କଂଗ୍ରେସ ଓ ସିପିଆଇ ର ବହୁ ସଦସ୍ୟ ଏଥିରେ ସହଯୋଗ କରିଥିଲେ । ଆଜି ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ , ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ରାଜ୍ୟ ସରକାର ଛାତ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande