ବ୍ଲକ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ସଭ୍ୟାଙ୍କୁ ଅଣଦେଖା ଅଭିଯୋଗ
ବ୍ଲକ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ସଭ୍ୟାଙ୍କୁ ଅଣଦେଖା ଅଭିଯୋଗ
ବ୍ଲକ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ସଭ୍ୟାଙ୍କୁ ଅଣଦେଖା ଅଭିଯୋଗ


ସମ୍ବଲପୁର, ୧୭ ଜୁଲାଇ (ହି.ସ.) - ଜମନକିରା ବ୍ଲକ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ସଭ୍ୟା ଙ୍କୁ ଅଣଦେଖା କରାଯାଇ ପଞ୍ଚାୟତି ଆଇନ ୧୯୯୨ର ଖୋଲା ଅବମାନନା କରୁଥିବା ଗତ ୧୪ ତାରିଖରେ ଜମନକିରାରେ ହୋଇଥିବା ଜିଲ୍ଲା ପାଳ ଏବଂ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଜମନକିରା ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଙ୍କ ଏକ ଦଳ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଅନୁଯାଇ ବ୍ଲକ ପ୍ରଶାସନ ପକ୍ଷରୁ ସମିତି ସଭ୍ୟ ସଭ୍ୟା ଙ୍କୁ ଅବମାନନା କରାଯାଇ ବିଭିନ୍ନ ବୈଠକ ସଠିକ ସମୟରେ କରାଯାଉନାହଁ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଛି। ଏପରିକି ଆର୍ଥିକ ବର୍ଷ ୨୦୨୪-୨୫ ର ଜିଆଇଏ (ଏସ ଏଫ ସି) ଯୋଜନାରେ ହେବାକୁ ଥିବା ପ୍ରକଳ୍ପ ପାଇଁ ମଧ୍ୟ ସମିତି ସଭ୍ୟ ସଭ୍ୟା ଙ୍କୁ ଅଣଦେଖା କରାଯାଇଥିବାରୁ ସମିତି ସଭ୍ୟ ସଭ୍ୟା ମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲୁ ଠିକ ସେହିପରି ୨୦୨୫-୨୬ ରେ ମଧ୍ୟ ଅନୁରୂପ ଭାବେ ସମିତି ସଭ୍ୟ ସଭ୍ୟାଙ୍କୁ ବ୍ଲକ ପ୍ରଶାସନ ଅଣଦେଖା କରୁଛନ୍ତି ବୋଲି ଏକ ଲିଖିତ ଅଭିଯୋଗ କରି ଏହାର ସମାଧାନ କରନ୍ତୁ ନ ଚେତ ସମିତି ସଭ୍ୟ ସଭ୍ୟା ଙ୍କୁ ତାଙ୍କ ପଦବୀରୁ ଅବ୍ୟାହତ କରନ୍ତୁ ବୋଲି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି। ଏହି ଅଭିଯୋଗ ଶୁଣାଣି ରେ ଜିଲ୍ଲା ପାଳଙ୍କ ଅନୁପସ୍ଥିତ ଯୋଗୁଁ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ସମିତି ସଭ୍ୟ ସଭ୍ୟାଙ୍କ ଦଳ ସମ୍ବଲପୁର ପି ଡି ଙ୍କ ସହିତ ଆଲୋଚନା କରିଥିଲେ ଏବଂ ନିଜର ଅଭିଯୋଗ ଜଣାଇଥିଲେ ଏବଂ ଏହାର ଉତ୍ତର ରେ ସେ କହିଥିଲେ ଯେ ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଙ୍କୁ ଅଣଦେଖା କରି ପଞ୍ଚାୟତ ସମିତିର କୋୖଣସି ଉନ୍ନୟନ କାର୍ଯ୍ୟ କରାଯାଇପାରିବ ନାହିଁ। ଏବଂ ଆପଣଙ୍କୁ ଅଣଦେଖା କରି କାର୍ଯ୍ୟ କରିବା ମଧ୍ୟ ଅସମ୍ଭବ ଏଣୁ ଆପଣଙ୍କୁ ନେଇ ହିଁ ପଞ୍ଚାୟତ ସମିତିର ସମସ୍ତ ଉନ୍ନୟନ ମୂଳକ କାଯ୍ୟକରାଯିବ ବୋଲି ଆଲୋଚନା ରେ କହିଥିଲେ। ହେଲେ ବର୍ତମାନ ଦେଖିବାକୁ ରହିଲା ବ୍ଲକ ପ୍ରଶାସନ ସମିତି ସଭ୍ୟ ସଭ୍ୟାଙ୍କୁ କେତେ ଗୁରୁତ୍ୱ ଦେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande