ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS)- ଡାଏଲ୍-୧୧୨ ଯୋଜନାକୁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ସମ୍ପ୍ରସାରଣ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ
ଭୁବନେଶ୍ୱର, 16 ଜୁଲାଇ (ହି.ସ.) ରାଜ୍ୟ କ୍ୟାବିନେଟ ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS)-ଡାଏଲ-୧୧୨ ଯୋଜନାକୁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ମୋଟ ୨୨୬୦,୮୯ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କ
ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS)- ଡାଏଲ୍-୧୧୨ ଯୋଜନାକୁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ସମ୍ପ୍ରସାରଣ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ


ଭୁବନେଶ୍ୱର, 16 ଜୁଲାଇ (ହି.ସ.) ରାଜ୍ୟ କ୍ୟାବିନେଟ ଜରୁରୀକାଳୀନ ପ୍ରଶମନ ସହାୟତା ବ୍ୟବସ୍ଥା (ERSS)-ଡାଏଲ-୧୧୨ ଯୋଜନାକୁ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ ମୋଟ ୨୨୬୦,୮୯ କୋଟି ଟଙ୍କାର ବ୍ୟୟ ଅଟକଳକୁ ଅନୁମୋଦନ କରିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ଏହି ଜାତୀୟ ଜରୁରୀକାଳୀନ ପ୍ରତିକ୍ରିୟା ପ୍ଲାଟଫର୍ମ ପୋଲିସ, ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ଭଳି ସେବାଗୁଡ଼ିକୁ ଏକୀକୃତ କରି ନାଗରିକଙ୍କ ବିପଦ ସମୟରେ ଦ୍ରୁତ ସହାୟତା ପ୍ରଦାନ ପାଇଁ ଲକ୍ଷ୍ୟ ରଖୁଛି। ଏହି ଯୋଜନାରେ ୪୧୯୫ ନୂତନ ପଦବୀ ସୃଷ୍ଟି କରିବା ଏବଂ ୬୪୫ ଜରୁରୀକାଳୀନ ପ୍ରତିକ୍ରିୟା ଯାନ (ERV) ଯୋଗାଇ ଦେବାର ପ୍ରସ୍ତାବ ରହିଛି । ୨୪x୭ ସେବା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଜରୁରୀକାଳୀନ ସେବା ସଞ୍ଚାଳନ କେନ୍ଦ୍ର ଏବଂ ବିକଳ୍ପ ଜରୁରୀକାଳୀନ ସେବା ସଞ୍ଚାଳନ କେନ୍ଦ୍ର ପାଇଁ ସ୍ଵତନ୍ତ୍ର ଗୃହ ନିର୍ମାଣକୁ ମଧ୍ଯ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ନାଗରିକମାନେ ଯେ କୌଣସି ସହାୟତା ପାଇଁ ୧୧୨ ଡାଏଲ୍ କରିପାରିବେ ଏବଂ ସେମାନଙ୍କୁ ବରିତ ସହାୟତା ପ୍ରଦାନ ପାଇଁ ବ୍ୟବସ୍ଥା ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande