ଜୟପୁର, ୧୫ ଜୁଲାଇ (ହି.ସ.) - ବାଲେଶ୍ୱର ସ୍ଥ୍ିତ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଓ ଯୌନ ନିର୍ଯ୍ୟାତନା ଘଟଣା କୁ ବିରୋଧ କରି ଜୟପୁର ବିଜୁ ଯୁବ- ଛାତ୍ର ଜନତା ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରିଛି । ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ମୁଖ୍ୟ ପାଠକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆଜି ଅପରାହ୍ନ ୧ ଘଂଟା ସମୟରେ ଜାତୀୟ ରାଜ ପଥକୁ ଅବରୋଧ କରିଥିଲେ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତାଫା ଦାବି କରିବା ସହ ପିଡିତାର ପରିବାରକୁ ନ୍ୟାୟ ଦେବା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ରୀ ଜଣକ ପେଟ୍ରଲ ଢାଳି ଆତ୍ମହତ୍ୟା କରି ଥିବା ଘଟଣା ଘଟିବାର ୧୨ ଦିନ ଆଗରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ମୁଖ୍ୟ ମନ୍ତୀ, ଜିଲାପାଳ ଙ୍କୁ ଜଣାଇବା ପରେ ମଧ୍ୟ ବିଭାଗୀୟ ଅଧିକାରି ମନ୍ତ୍ରୀ ଚୁପ ରହିବାରୁ ଏପରି ଘଟଣା ଘଟିଥିଲା । ଦିନକୁ ଦିନ ନାରି ନିଯ୍ୟାତନା ବଢିବାରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତାଫା ଦେବା କୁ ଦାବି କରିଛନ୍ତି । ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହି ବିଭୋକ୍ଷ ରେ ବରିଷ୍ଠ ବିଜେଡି ନେତା ସୁର୍ଯ୍ୟ ନାରାୟଣ ରଥ, ବାଲା ରାୟ, ପୌର ଉପାଧ୍ୟକ୍ଷ ବି ସୁନିତା ସହ ବିଶ୍ୱ ବିଦ୍ୟାଳୟର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି