ଜୟପୁର, ୧୫ ଜୁଲାଇ (ହି.ସ.)- କୋରାପୁଟ ଜିଲାରେ ୯୮ ହଜାର ୫ ଶହ ଜଣ ହିତାଧିକାରି କେୱାଇସି କରି ନ ନଥିବା ବିଷୟ ଜିଲା ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । କୋରାପୁଟ ଜିଲାର ୧୪ଟି ବ୍ଲକ ଗୋଟିଏ ପୌରାଞ୍ଚଳ ଓ ୨ଟି ଏନଏସି ର ହିତାଧିକାରି ମାନେ କେୱାଇସି କରି ନାହାନ୍ତି । ଆସନ୍ତା ୩ ମାସ ଭିତରେ ନକଲେ ଚାଉଳ ବନ୍ଦ ହେବ ବୋଲି ଆଜି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଜୟପୁର ୨୦୨୪ ଅଗଷ୍ଟର ଆରମ୍ଭ ହୋଇଥିବା ଯୋଗାଣ ବିଭାଗର ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇଛି । ବାରମ୍ବାର ଅବଧି ବଢିବା ପରେ ମଧ୍ୟ କୋରାପୁଟ ଜିଲାରେ ହିତାଧିକାରି କେୱାଇସି କରି ନାହାନ୍ତି । ଉଭୟ ଅନ ଲାଇନ ଓ ଅଫ ଲାଇନର ବ୍ୟବସ୍ଥା ମଧ୍ୟ କରାଯାଇଛି । ତଥାପି ହିତାଧିକାରି ମାନେ କରି ନଥିବା ଜିଲା ଯୋଗାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକରେ ୫୫ ହଜାର ୮ ୧୫ ଜଣ ହିତାଧିକାରୀଙ୍କ ମଧ୍ୟରୁ ୫୦ ହଜାର ୩ ଶହ ୮୫ ଜଣ କେୱାଇସି କରିଥିବା ବେଳେ ୫ ହଜାର ୪ ଶହ ୩୦ ଜଣ କରିନାହାନ୍ତି । ବୈପାରାଗୁଡା ବ୍ଲକରେ ୯୪ ହଜାର ୬ ଶହ ୬୯ ମଧ୍ୟରୁ ୮୮ ହଜାର ୭୦ ଜଣ କେୱାଇସି କରିଥିବା ବେଳେ ୬ ହଜାର ୫୯୯ ଜଣ କରିନାହାନ୍ତି । ବୋରିଗୁମ୍ମା ବ୍ଲକରେ ୧ ଲକ୍ଷ ୩୪ ହଜାର ୭ ଶହ ୩୩ ଜଣ ହିତାଧିକାରିଙ୍କ ମଧ୍ୟରୁ ୧ ଲକ୍ଷ ୨୩ ହଜାର ୧ ଶହ ୩୭ ଜଣ କରିଥିବା ବେଳେ ୧୧ ହଜାର ୫ ଶହ ୯୬ ଜଣ କରିନାହାନ୍ତି । ଦଶମନ୍ତପୁର ବ୍ଲକରେ ୭୭ ହଜାର ୫ ଶହ ୯୬ ଜଣ ହିତାଧିକାରିଙ୍କ ମଧ୍ୟରୁ ୬୮ ହଜାର ୪ ଶହ ୫୭ କରିଥିବା ବେଳେ ୯ ହଜାର ୧ ଶହ ୩୯ ଜଣ କେୱାଇସି କରି ନାହାନ୍ତି । ଜୟପୁର ବ୍ଲକରେ ୧ ଲକ୍ଷ ୪ ହଜର ୩୦୨ ଜଣ ହାତାଧିକାରିଙ୍କ ମଧ୍ୟରୁ ୯୭ ହଜାର ୮ ଶହ ୫ ଜଣ କରିଥିବା ବେଳେ ୬ ହଜାର ୪ ଶହ ୯୭ ଜଣ କରି ନାହାନ୍ତି । ଜୟପୁର ପୌରପାଳିକାରେ ୪୬ ହଜାର ୪ ଶହ ୨୪ ହିତାଧିକାରିଙ୍କ ମଧ୍ୟରୁ ୪୨ ହଜାର ୯ ଶହ ୨୮ ଜଣ କରିଥିବା ବେଳେ ୩ ହଜାର ୪ ଶହ ୯୬ ଜଣ କରି ନାହାନ୍ତି । କୋରାପୁଟ ବ୍ଲକରେ ୫୯ ହଜାର ୫୦୧ ଜଣ ହିତାଧିକାରିଙ୍କ ମଧ୍ୟରୁ ୫୩ ହଜାର ୫ ଶହ ୯୭ ଜଣ କରିଥିବା ବେଳେ ୫ ହଜାର ୯ ଶହ ୪ ଜଣ କରି ନାହାନ୍ତି । କୋରାପୁଟ ଏନଏସିରେ ୨୧ ହଜାର ୩୬୦ ଜଣ ହିତାଧିକାରିଙ୍କ ମଧ୍ୟରୁ ୧୯ ହଜାର ୭୦ ଜଣ କରିଥିବା ବେଳେ ୨ ହଜାର ୨୯୦ ଜଣ କରି ନାହାନ୍ତି। କୋଟପାଡ ବ୍ଲକରେ ୮୫ ହଜାର ୪ ଶଙ ୫୧ ଜଣ ହିତାଧିକାରିଙ୍କ ମଧ୍ୟରୁ ୮୧ ହଜାର ୭ ଶହ ୬୮ ଜଣ କରିଥିବା ବେଳେ ୩ ହଜାର ୬ ଶହ ୮୩ ଜଣ କରି ନାହାନ୍ତି । କୋଟପାଡ ଏନଏସିରେ ୧୦ ହଜାର ୫ ଶହ ୩୮ ଜଣ ହିତାଧିକାରିଙ୍କ ମଧ୍ୟରୁ ୧୦ ହଜାର ୩୬ ଜଣ କରିଥିବା ବେଳେ ୫୦୨ ଜଣ କରି ନାହାନ୍ତି । କୁନ୍ଦୁରା ବ୍ଲକରେ ୬୨ ହଜାର ୭ ଶହ ୩୮ ଜଣ ହିତାଧିକାରିଙ୍କ ମଧ୍ୟରୁ ୫୮ ହଜାର ୯୮୧ ଜଣ ହିତାଧିକାରୀ କରିଥିବା ବେଳେ ୩୭୫୭ ଜଣ କରି ନାହାନ୍ତି । ସେହିପରି ଲମତାପୁଟ ବ୍ଲକରେ ୫୩ ହଜାର ୮ ଶହ ୮୨ ଜଣ ହିତାଧିକାରିଙ୍କ ମଧ୍ୟରୁ ୪୯ ହଜାର ୪ ଶହ ୩୭ ଜଣ କରିଥିବା ବେଳେ ୪ ହଜାର ୪ଶଙ ୪୫ ଜଣ କରି ନାହାନ୍ତି । ଲକ୍ଷ୍ମୀପୁର ବ୍ଲକରେ ୪୯ ହଜାର ୮୦୯ଜଣ ହିତାଧିକାରିଙ୍କ ମଧ୍ୟରୁ ୫୨ ହଜାର ୭ ଶହ ୮୮ ଜଣ ହିତାଧିକାରୀ କରିଥିବା ବେଳେ ୭ ହଜାର ୨୧ ଜଣ କେୱାଇସି କରିନାହାନ୍ତି । ନନ୍ଦପୁର ବ୍ଲକରେ ୮୬ ହଜାର ୩ ଶହ ୭୬ ଜଣ ହିତାଧିକାରିଙ୍କ ମଧ୍ୟରୁ ୭୮ ହଜାର ୪ ଶହ ୪୨ ଜଣ କରିଥିବା ବେଳେ ୭ ହଜାର ୯ ଶହ ୩୪ ଜଣ କରିନାହାନ୍ତି । ନାରାୟଣପାଟଣା ବ୍ଲକରେ ୪୪ ହଜାର ୨୯୮ ହିତାଧିକାରିଙ୍କ ମଧ୍ୟରୁ ୩୯ ହଜାର ୭ ଶହ ୪୮ ଜଣ ହିତାଧିକାରି କରିଥିବା ବେଳେ ୪ ହଜାର ୫ ଶହ ୫୦ ଜଣ କରିନାହାନ୍ତି । ପଟାଙ୍ଗି ବ୍ଲକରେ ୬୧ ହଜାର ୪ ଶହ ୭୨ ଜଣଙ୍କ ମଧ୍ୟରୁ ୫୫ ହଜାର ୫ ଶହ ୬୨ ଜଣ କରିଥିବା ବେଳେ ୫ ହଜାର ୯୧୦ ଜଣ କେୱାଇସି ନାହାନ୍ତି। ସେମିଳିଗୁଡା ବ୍ଲକରେ ୬୭ ହଜାର ୮୮୯ ଜଣ ହିତାଧିକାରୀଙ୍କ ମଧ୍ୟରୁ ୬୦ ହଜାର ୫୭୦ ଜଣ କରିଥିବା ବେଳେ ୭ ହଜାର ୩୧୯ ଜଣ କେୱାଇସି କରି ନାହିଁନ୍ତି। ସୁନାବେଢା ଏନଏସିରେ ୨୬ ହଜାର ୮ ଶହ ୩୪ ଜଣ ହିତାଧିକାରିଙ୍କ ମଧ୍ୟରୁ ୨୪ ହଜାର ୪୦୬ ଜଣ ହିତାଧିକାରି କରିଥିବା ବେଳେ ୨ ହଜାର ୪ ଶହ ୨୮ ଜଣ କରିନାହାନ୍ତି । କୋରାପୁଟ ଜିଲାରେ ମୋଟ ୧୧ ଲକ୍ଷ ୫୩ ହଜାର ୬ ଶହ ୮୭ ଜଣ ହିତାଧିକାରିଙ୍କ ମଧ୍ୟରୁ ୧୦ ଲକ୍ଷ ୫୫ ହଜାର ୧ ଶହ ୮୭ ଜଣ କରିଥିବା ବେଳେ ୯୮ ହଜାର ୫ ଶହ ଜଣ କରିନାହାନ୍ତି । ୩ ମାସ ମଧ୍ୟରେ ଯଦି ଏମାନେ ଇ କେୱାଇସି ଅପଡେଟ ନ କରନ୍ତି, ତେବେ ତାଲିକାରୁ ସମ୍ପୂର୍ଣ ବାଦ୍ ପଡିବେ ବୋଲି ସରକାର ଚେତାଇ ଦେଇଛନ୍ତି । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନେକ ଅଯୋଗ୍ୟ ଓ ମୃତବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇ କେୱାଇସି ଆସୁଥିଲା । ନୂଆ ଯୋଗ୍ୟ ବ୍ୟକ୍ତି ଚାଉଳ ପାଇବାରୁ ବଞ୍ଚିତ ହେଉଥିଲେ । ନୂଆ ସରକାର ଆସିବା ପରେ ବଣ୍ଟନ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ୨୦୨୪ ଅଗଷ୍ଟ ୨୨ ତାରିଖରୁ ଇ- କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲେ । ଯେଭଳି ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଇ-କେୱାଇସି କରିପାରିବେ ସେଥିପାଇଁ ସରକାର ପ୍ରାୟ ୫ ଥର ଏହାର ଅବଧି ବୃଦ୍ଧି କରିଥିଲେ । ଏପରିକି ବାହାରେ ଥିବା ବ୍ୟକ୍ତିଙ୍କୁ ବି କରିବାକୁ ଇକେୱାଇସି ଅପଡେଟ କରିବାର ସୁଯୋଗ ଦିଆଯାଇଥିଲା । ସବୁ ପରେ ଶେଷରେ ଅବଧିକୁ ବନ୍ଦ କରାଯାଇଛି । ଜୁନ ଶେଷ ସୁଦ୍ଧା ଯେଉଁ ମାନେ ଇ -କେୱାଇସି କରି ନାହାନ୍ତି ସେମାନଙ୍କୁ ବାଦ୍ ଦିଆଯିବା ଏକପ୍ରକାର ନିଶ୍ଚିତ ହୋଇଛି । ବର୍ଷ ବର୍ଷ ଧରି ଏହି ମୃତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଚାଉଳ ଉଠୁଥିବା ସ୍ପଷ୍ଟ ,ବାରମ୍ବାର ସୁଯୋଗ ପରେ ମଧ୍ୟ ସରକାର ଶେଷ ସୁଯୋଗ ଦେଇଛନ୍ତି । ଜୁଲାଇରୁ ଏମାନଙ୍କ ଚାଉଳ ବନ୍ଦ ହେବ । ୩ ମାସ ମଧ୍ୟରେ ଇ-କେୱାଇସି ଯାଞ୍ଚ ନକଲେ ସମ୍ପୂର୍ଣ ବାଦ୍ ଦିଆଯିବ ବୋଲି କୁହାଯାଇଛି । ଭୟରେ ଇ-ଯାଞ୍ଚ କରୁନଥିବା ଜଣାଯାଇଛି । କାରଣ ଅନେକ ବ୍ୟକ୍ତିଙ୍କ ଚାରି ଚକିଆ, ୬ ଚକିଆ ଗାଡି ଥିବା ସତ୍ତ୍ୱେ ରାସନ ସାମଗ୍ରୀ ଉଠାଉଥିବାରୁ ଇ-କେୱାଇସି କଲେ ରାସନ ସାମଗ୍ରୀ କଟିଯିବା ଭୟରେ କରୁନାହାନ୍ତି, ଆଗାମୀ ଦିନରେ ନକଲେ ସମ୍ପୂର୍ଣ୍ଣ କଟିଯିବ । ସେହିଭଳି ବୃଦ୍ଧା ଓ ଶଯ୍ୟାଶାୟୀ, ଛୋଟ ଶିଶୁ ମାନଙ୍କର ଇ-କେୱାଇସି କରିବାରେ ସମସ୍ୟା ରହିଥିବା ସୂଚନା ମିଳିଛି । ସୁଚାରୁରୂପେ ରାସନ୍ ସାମଗ୍ରୀ ବଣ୍ଟନ କରାଯିବା ପାଇଁ ସରକାରଙ୍କ ତରଫରୁ ଡିଲର ବ୍ୟବସ୍ଥା ଅଛି । ଯେଉଁ ହିତାଧିକାରି କେୱାଇସି କରି ନାହିଁନ୍ତି ସେମାନେ ତୁରନ୍ତ କରିବାକୁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି