ବଲାଙ୍ଗିର, ୧୫ ଜୁଲାଇ (ହି.ସ.) ଏହି ଅପରାହ୍ନ ଚାରିଟା ତିରିଶି ରେ ସ୍ଥନୀୟ ଲଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ବାଲେଶ୍ୱର ଫକିର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଙ୍କ ବିୟୋଗ ରେ ଆଦ୍ୟାଶକ୍ତି ମହିଳା ସଙ୍ଗଠନ ପାଖ୍ୟରୁ ତାଙ୍କଉଦ୍ଦେଶ୍ୟ ରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା କ୍ଷ ଆଦ୍ୟାଶକ୍ତି ଅନୁଷ୍ଠାନ ର ସଭାପତି ମାଳତୀ ଉଦ୍ଗାତା, ସମ୍ପାଦିକା କସ୍ତୁରୀ ରଥ ଓ ସଦସ୍ୟା ଭଉଣୀ ମାନେ ଉପସ୍ଥିତ ରହି ନୀରବ ପ୍ରାର୍ଥନା କରିବା ସହିତ ସମାଜ ର ବିଭିନ୍ନ ସ୍ତରରେ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଯୋଗୁଁ ଉଦବେଗ ପ୍ରକାଶ ପାଇଥିଲା । ସୌମ୍ୟାଶ୍ରୀ ଯେଉଁ ମାନଙ୍କ ପାଇଁ ଏପରି କଠୋର ନିଷ୍ପତି ନେଲେ ସେଶରେ ତାଙ୍କ ଜୀବନ ଦେବାକୁ ପଡ଼ିଲା ତା ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ