ତାଇପେ (ତାଇୱାନ), 15 ଜୁଲାଇ(ହି.ସ)- ଚୀନ୍ ତାର ବିସ୍ତାରବାଦୀ ନୀତି ଛାଡି ନାହିଁ। ଆଜି
ସକାଳେଚୀନର ସାମରିକ ବିମାନ ତାଇୱାନରେ ଅନୁପ୍ରବେଶ କରିଛି। ତାଇୱାନର
ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ଏକ୍ସ ପୋଷ୍ଟରେ କହିଛି ଯେ
ମଙ୍ଗଳବାର ସକାଳ 6ଟା (ସ୍ଥାନୀୟ ସମୟ)
ସୁଦ୍ଧା, ତାଇୱାନ ଚାରିପାଖରେ
26ଟି ଚୀନ୍ ସାମରିକ
ବିମାନ, ସାତଟି ନୌସେନା
ଜାହାଜ ଏବଂ ଏକ ସରକାରୀ ଜାହାଜ ସକ୍ରିୟ ଥିବା ଦେଖାଯାଇଛି।ତାଇୱାନର ସଶସ୍ତ୍ର ବାହିନୀ ଉପଯୁକ୍ତ
ଜବାବ ଦେବା ପାଇଁ ସେମାନଙ୍କର ବିମାନ, ନୌସେନା ଜାହାଜ ଏବଂ ଉପକୂଳ କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ
କରିଛି। ଅନ୍ୟ ଏକ ଏକ୍ସପୋଷ୍ଟରେପ୍ରତିରକ୍ଷା
ମନ୍ତ୍ରାଳୟ କହିଛି ଯେ ସଶସ୍ତ୍ର ବାହିନୀ ରାତ୍ରିକାଳୀନ ରନ-ୱେ ମରାମତି ଅଭ୍ୟାସ କରିଥିଲା। ଏହା
ସହିତ, ଦୂରବର୍ତ୍ତୀ
ଦ୍ୱୀପପୁଞ୍ଜରେ ସୈନ୍ୟମାନେ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ବୃଦ୍ଧି କରିବା ପାଇଁ ଭୋର
ସମୟରେ ଲାଇଭ୍ ଫାୟାର ଅଭ୍ୟାସ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା