ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମଦାହ ମୃତ୍ୟୁ ଘଟଣା : ସିପିଆଇର ବିକ୍ଷୋଭ
ଜୟପୁର, ୧୫ ଜୁଲାଇ (ହି.ସ.)- ବାଲେଶ୍ଵର ଏଫ୍ ଏମ୍ କଲେଜ ର ଛାତ୍ରୀ ନିଜ ଉପରେ ବିଭାଗୀୟ ମୁଖ୍ୟ ଅଧ୍ୟାପକଙ୍କ ଦ୍ଵାରା ଯୈ।ନ ଉତ୍ପୀଡନର ଶୀକାର ହୋଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂ
ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମଦାହ ମୃତ୍ୟୁ-ସିପିଆଇ ର ବିକ୍ଷୋଭ


ଜୟପୁର, ୧୫ ଜୁଲାଇ (ହି.ସ.)- ବାଲେଶ୍ଵର ଏଫ୍ ଏମ୍ କଲେଜ ର ଛାତ୍ରୀ ନିଜ ଉପରେ ବିଭାଗୀୟ ମୁଖ୍ୟ ଅଧ୍ୟାପକଙ୍କ ଦ୍ଵାରା ଯୈ।ନ ଉତ୍ପୀଡନର ଶୀକାର ହୋଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ସାଂସଦ, ବିଧାୟକ ସମସ୍ତଙ୍କୁ ଗୁହାରି କଲେ । ସୋସିଆଲ ମିଡ଼ିଆରେ ମଧ୍ୟ ପ୍ରକାଶ କଲେ । ତାପରେ ମଧ୍ୟ କେହି ଝିଅଟିର ଗୁହାରି ଶୁଣିଲେ ନାହିଁ। ନିଃସହାୟ ହୋଇ ବ୍ୟବସ୍ଥା ଉପରୁ ଭରସା ତୁଟି ଯିବା ପରେ ଓଡ଼ିଆ ଅସ୍ମିତାର ପ୍ରତୀକ ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଫକୀର ମୋହନ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଫିସ୍ ଆଗରେ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜୀବନ୍ତ ଆତ୍ମାହୁତି ଦେଇଥିଲେ । ମହାମହିମ ରାଷ୍ଟ୍ରପତି ମହୋଦୟାଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ପାଇଁ ମୃତ ଛାତ୍ରଙ୍କ ଚିକିତ୍ସା ଚାଲିଛି ବୋଲି କହି ଏମ୍ସ ଭୁବନେଶ୍ୱରରେ ରଖିଲେ । ରାଷ୍ଟ୍ରପତି ଗଲା ପରେ ଗତକାଲି ରାତି ୨ଟା ରେ ମୃତ୍ୟୁ ଘୋଷଣା କଲେ । ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଛାତ୍ରୀ ଜଣକ ଏବିଭିପି ର ସଭ୍ୟା, ଯାହା ଆର୍ ଏସ୍ ଏସ୍ ର ଛାତ୍ର ଶାଖା ଏବଂ ଆର୍ ଏସ୍ ଏସ୍ ର ରାଜନୈତିକ ଶାଖା ବିଜେପି ରାଜ୍ୟରେ ଶାସନରେ ଅଛି । ଡବଲ ଇଞ୍ଜିନ୍ ସରକାରରେ ଏଭଳି ଅତ୍ୟନ୍ତ ଜଘନ୍ୟ ଘଟଣା ଘଟୁଛି ସରକାରଙ୍କ ନାକ ତଳେ । ଏଣୁ ମୋହନ ମାଝୀ ସରକାର, ସାଂସଦ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ଶାସକରେ ରହିବାର ନୈତିକ ଅଧିକାର ନାହିଁ, ତୁରନ୍ତ ଇସ୍ତଫା ଦେବା ପାଇଁ ଦାବି କରି ଓ ମୃତ ଛାତ୍ରୀଙ୍କ ପ୍ରତି ଶୋକ ବ୍ୟକ୍ତ କରି ସିପିଆଇ ମୁଖ୍ୟ ଟ୍ରାଫିକ ଛକରେ ବିକ୍ଷୋଭ କରିଛି।

ବିକ୍ଷୋଭରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ରାମକୃଷ୍ଣ ଦାସ, ନନ୍ଦ ହରିଜନ, ନିତ୍ୟାନନ୍ଦ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande