କୋରେଇ, ୧୫ ଜୁଲାଇ (ହି.ସ.) - ଯାଜପୁର ବ୍ଲକ ଅନ୍ତର୍ଗତ ବେରୁଦା ପଂଚାୟତ ଜହଳସ୍ଥିତ ଖରସ୍ରୋତା ସରକାରୀ ଉଚ୍ଚ ବିଦ୍ୟ୍ୟାଳୟର ୫୨ ତମ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା କରାଯାଇଥିଲା । କୃତୀ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମତେ ସମସ୍ତ ପୁରାତନ ଓ ବର୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭା ପ୍ରଧାନ ଶିକ୍ଷକ ଅଶୋକ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ନିମନ୍ତ୍ରୀତ ଅତିଥିଭାବେ ଭରତ ଚନ୍ଦ୍ର ବେହେରା, କେଦାର ନାଥ ଭଦ୍ର, କୈଳାସ ଚନ୍ଦ୍ର ବାରିକ, ଭଗବାନ ନାୟକ, ପିତାମ୍ବର ଭଦ୍ର, ଚୈତନ୍ୟ ଚରଣ ସାହୁ, ହେମଲତା ବିଶ୍ୱାଳ, ଆର୍ତତ୍ରାଣ ସ୍ୱାଇଁ, ପ୍ରଦୀପ କୁମାର ନାୟକ, ଧରଣୀ ଧର ଭଦ୍ର, ଉତମ ଭଦ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ, କର୍ମଚାରୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ