ହାଟ ବଜାର ରେ ୧୦୦ ଛୁଇଁଲାଣି ପନିପରିବା ଦର
ଘଟଗାଁ, ୧୫ ଜୁଲାଇ(ହି.ସ.) – ସଂପ୍ରତି ଲଗାଣ ବର୍ଷାର ପ୍ରଭାବରୁ କେନ୍ଦୁଝରରେ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଛି। କେତେକ ପରିବା ଦର କିଲୋ ୭୦/୮୦ଟଙ୍କା ଥିବାବେଳେ ଆଉ କେତେକ ପରିବା ଦର ୧୦୦ ଟଙ୍କାକୁ ଛୁଇଁଥିବାର ଜଣାପଡ଼ିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଜିଲ୍ଲା, ରାଜ୍ୟ ତଥା ଉତର ଓଡ଼ିଶାରେ ଲଗା
ହାଟ ବଜାର ରେ ୧୦୦ ଛୁଇଁଲାଣି ପନିପରିବା ଦର


ଘଟଗାଁ, ୧୫ ଜୁଲାଇ(ହି.ସ.) – ସଂପ୍ରତି ଲଗାଣ ବର୍ଷାର ପ୍ରଭାବରୁ କେନ୍ଦୁଝରରେ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଛି। କେତେକ ପରିବା ଦର କିଲୋ ୭୦/୮୦ଟଙ୍କା ଥିବାବେଳେ ଆଉ କେତେକ ପରିବା ଦର ୧୦୦ ଟଙ୍କାକୁ ଛୁଇଁଥିବାର ଜଣାପଡ଼ିଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଜିଲ୍ଲା, ରାଜ୍ୟ ତଥା ଉତର ଓଡ଼ିଶାରେ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାରୁ ଉତ୍ପାଦିତ ଓ ବାହ୍ୟରାଜ୍ୟରୁ ଆମଦାନୀ ପରିବା ଉପରେ ପ୍ରଭାବ ପଡ଼ିବା କାରଣରୁ ପନିପରିବା ଦର ଅହେତୁକ ଭାବେ ବୃଦ୍ଧିପାଇ ଖାଉଟିଙ୍କୁ ବିବ୍ରତ କରିଛି। ସଂପ୍ରତି କେନ୍ଦୁଝରର ହାଟ ବଜାରରେ ବାଇଗଣ, ପୋଟଳ, କଲରା, କିଲୋ ୮୦ଟଙ୍କାରେ ବିକ୍ରି ହେଉଥିବାବେଳେ, ଭେଣ୍ଡି, କାକୁଡ଼ି, ସାରୁ, ବିଲାତି, ବନ୍ଧାକୋବି, କଖାରୁ କିଲୋ ୬୦ଟଙ୍କା ଫୁଲକୋବି ଓ ରୁମାଛୁଇଁ କିଲୋ ୧୦୦ଟଙ୍କାକୁ ଛୁଇଁଥିବାବେଳେ ମାଛ, ମାଂସ, ଚିକେନ ଦର ମଧ୍ୟ ମହଙ୍ଗା ରହିଛି। ଅଧିକାଂଶ ପରିବା ବାହାର ରାଜ୍ୟରୁ ଆସୁଥିବାରୁ ଓ ସେଠାରେ ଲଗାଣ ବର୍ଷା, ବନ୍ୟା ପରିସ୍ଥିତି ଯୋଗୁଁ ଆମଦାନୀ ପରିବା ଦର ମଧ୍ୟ ଖାଉଟିଙ୍କୁ ଅସହ୍ୟ କରିଛି। କୋବି, ମାଟିଆଳୁ, ଛୁଇଁ, ଗାଜର, ବିଟ ଭଳି କେତେକ ପରିବା ବେଙ୍ଗାଲୁର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମଧ୍ୟପ୍ରଦେଶ ଆଦି ରାଜ୍ୟରୁ କିଛି ଆମଦାନୀ ହୋଇଥାଏ। ହେଲେ ବର୍ଷା ଦିନରେ ଲଗାଣ ବର୍ଷା, ବାତ୍ୟା, ଓ ବନ୍ୟା ଭଳି ପରିସ୍ଥିତି ସୃଷ୍ଟିହୋଇ ପନିପରିବା ଉପରେ ବେଶ ପ୍ରଭାବ ପକାଇଥାଏ। ଫଳସ୍ୱରୂପ ଏହି ଦିନରେ ପନିପରିବା ଦର ପ୍ରାୟତଃ ଉଚ୍ଚା ରହିଥାଏ ବୋଲି ଜଣାପଡ଼ିଛି। ସେହିଭଳି ରାଜ୍ୟରେ ଆବଶ୍ୟକତା ଅନୁସାରେ ଶୀତଳ ଭଣ୍ଡାରର ବ୍ୟବସ୍ଥା ନଥିବାରୁ ପନିପରିବାକୁ ସଂଚିତ କରି ରଖାଯାଇପାରୁ ନାହିଁ ଏବଂ ଲଗାଣ ବର୍ଷା ଲାଗି ରହିଲେ ପନିପରିବା ନଷ୍ଟ ହେବା ଓ କିଛିଦିନ ବ୍ୟବଧାନରେ ପରିବାର ଅଭାବ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ଏହିଭଳି ବିଭିନ୍ନ କାରଣରୁ ପନିପରିବା ଦର ବିଭିନ୍ନ ଋତୁରେ ବର୍ଦ୍ଧିତ ହୋଇ ଖାଉଟିମାନଙ୍କୁ ବିବ୍ରତ କରିଥାଏ। ସେହିଭଳି ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ଜଙ୍ଗଲ ନିକଟବର୍ତୀ ଗରିବ ଅଧିବାସୀମାନେ ଭଳି ଜଙ୍ଗଲୀ ଛତୁ ରୁଟୁକା, ବିହୁଡୁଣି, ପତ୍ରଛତୁ, ମଣ୍ଡା ପତ୍ରଛତୁ, ମଣ୍ଡାଛତୁ ମଧ୍ୟ ବଜାରକୁ ବିକ୍ରି ପାଇଁ ଆସିଥାଏ, ଏସବୁ ଛତୁର ସ୍ୱାଦ ଆମିଷ ଠାରୁ ଅଧିକ ସ୍ୱାଦିଷ୍ଟ, ହେଲେ ଏସବୁ ଛତୁର ଦର ମଧ୍ୟ ଗତ ବର୍ଷ ତୁଳନାରେ ଦ୍ୱିଗୁଣିତ ହୋଇଛି, ବର୍ତମାନ ରୁଟୁକା କିଲୋ ୮୦୦ଟଙ୍କାରେ ବିକ୍ରି ହେଉଥିବାବେଳେ ବିହୁଡୁଣି କିଲୋ ୧୨୦୦ରୁ ୧୫୦୦ଟଙ୍କାରେ ବିକ୍ରି ହେଉଛି, ଯାହାକି ଲୋକମାନଙ୍କୁ ଅସହ୍ୟ କରିଛି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande