ଡୋଡାରେ ଖାଇକୁ ଖସିଲା ଯାତ୍ରୀବାହୀ ଗାଡି, ମହିଳାଙ୍କ ସମେତ 5 ମୃତ
ଡୋଡା, 15 ଜୁଲାଇ (ହି.ସ.)- ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳ ଡୋଡା ଜିଲ୍ଲାରେ ମଙ୍ଗଳବାର ଦିନ ଏକ ଓଭରଲୋଡ ଯାତ୍ରୀବାହନ ରାସ୍ତାରୁ ଖସି ଗଭୀର ଖାଇକୁ ଖସିପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସହିତ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଛି ଏବଂ 17 ଜଣ ଲୋକ ଆହତ ହୋଇଛନ୍ତି।
ଡୋଡାରେ ଖାଇକୁ ଖସିଲା ଯାତ୍ରୀବାହୀ ଗାଡି, ମହିଳାଙ୍କ ସମେତ 5 ମୃତ


ଡୋଡା, 15 ଜୁଲାଇ (ହି.ସ.)- ଜମ୍ମୁ-କାଶ୍ମୀରର ପାହାଡ଼ିଆ ଅଞ୍ଚଳ ଡୋଡା ଜିଲ୍ଲାରେ

ମଙ୍ଗଳବାର ଦିନ ଏକ ଓଭରଲୋଡ ଯାତ୍ରୀବାହନ ରାସ୍ତାରୁ ଖସି ଗଭୀର ଖାଇକୁ ଖସିପଡିଛି । ଏହି

ଦୁର୍ଘଟଣାରେ ଜଣେ ମହିଳାଙ୍କ ସହିତ ପାଞ୍ଚଜଣଙ୍କ ମୃତ୍ୟୁ ଘଟିଛି ଏବଂ 17 ଜଣ ଲୋକ ଆହତ ହୋଇଛନ୍ତି।

ଏହି ଦୁଃଖଦ ଘଟଣାରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର

ଅବ୍ଦୁଲ୍ଲା ଓ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବି ଆଜାଦ୍ ଶୋକ

ପ୍ରକାଶ କରିଛନ୍ତି।

ପୋଲିସ ଅନୁଯାୟୀ, ଏହି ଦୁର୍ଘଟଣା ଡୋଡା

ସହରରୁ ପ୍ରାୟ 30 କିଲୋମିଟର ଦୂର ପୋଣ୍ଡା ନିକଟ ଡୋଡା-ଭରଥ ସଡକରେ ସକାଳ 9ଟା ପାଖାପାଖି

ହୋଇଥିଲା, ଯେତେବେଳେ ଏକ ଟେମ୍ପୋ ଟ୍ରାଭେଲର୍‌ ଚାଳକ ଏକ ମୋଡ଼ରେ

ନିୟନ୍ତ୍ରଣ ହରାଇଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande