ଚୀନ ରାଷ୍ଟ୍ରପତିଙ୍କୁ ଭେଟିଲେ ଜୟଶଙ୍କର, ଦ୍ୱିପାକ୍ଷିକ ସଂପର୍କର ବିକାଶ ସହ କରାଇଲେ ଅବଗତ
ବେଜିଂ, 15 ଜୁଲାଇ (ହି.ସ.)- ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ମଙ୍ଗଳବାର ଦିନ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଶିଷ୍ଟାଚାରମୂଳକ ସାକ୍ଷାତ କରିଛନ୍ତି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍
ଚୀନ ରାଷ୍ଟ୍ରପତିଙ୍କୁ     ଭେଟିଲେ ଜୟଶଙ୍କର, ଦ୍ୱିପାକ୍ଷିକ ସଂପର୍କର ବିକାଶ ସହ କରାଇଲେ ଅବଗତ


ବେଜିଂ, 15 ଜୁଲାଇ (ହି.ସ.)- ବୈଦେଶିକ ମନ୍ତ୍ରୀ

ଡ. ଏସ୍ ଜୟଶଙ୍କର ମଙ୍ଗଳବାର ଦିନ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହିତ ଶିଷ୍ଟାଚାରମୂଳକ

ସାକ୍ଷାତ କରିଛନ୍ତି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦିଙ୍କର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଡ. ଜୟଶଙ୍କର ସଂଘାଇ ସହଯୋଗ

ସଂଗଠନର ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ଚୀନ ରାଷ୍ଟ୍ରପତିଙ୍କୁ ସାକ୍ଷାତ

କରିଥିଲେ। ସେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହାସହ ଦୁଇପାକ୍ଷିକ

ସମ୍ପର୍କର ଅଗ୍ରଗତି ବିଷୟରେ ମଧ୍ୟ ତାଙ୍କୁ ଅବଗତ କରାଇଥିଲେ ।

ବୈଦେଶିକ ମନ୍ତ୍ରୀ ତାଙ୍କ

ଏକ୍ସରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସେ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ

ଭାରତ-ଚୀନ ଦ୍ୱିପାକ୍ଷିକ ସମ୍ପର୍କରେ ସମ୍ପ୍ରତି ଘଟିଥିବା ଅଗ୍ରଗତି ବିଷୟରେ ଅବଗତ କରାଇଛନ୍ତି।

ସେ କହିଛନ୍ତି ଯେ ଏହି ସମ୍ପର୍କରେ ଉଭୟ ଦେଶର ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ଦିଗନିର୍ଦ୍ଦେଶକୁ

ସେ ଗୁରୁତ୍ୱ ଦିଅନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande