କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ
ଭୁବନେଶ୍ୱର, 15 ଜୁଲାଇ (ହି.ସ.)- କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ ସମ୍ବିତ ପାତ୍ର । ଏହି ଅବସରରେ ପୁରୀ ଲୋକସଭାର କୃଷ୍ଣପ୍ରସାଦ ବ୍ଲକରେ ଚିନା ବାଦାମ ଚାଷୀମାନଙ୍କର ବସ୍ତା ଓଜନ ସମସ୍ୟା ନେଇ ନୂଆଦିଲ୍ଲୀରେ କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ


ଭୁବନେଶ୍ୱର, 15 ଜୁଲାଇ (ହି.ସ.)- କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଭେଟିଲେ ପୁରୀ ସାଂସଦ

ସମ୍ବିତ ପାତ୍ର । ଏହି ଅବସରରେ ପୁରୀ ଲୋକସଭାର କୃଷ୍ଣପ୍ରସାଦ ବ୍ଲକରେ ଚିନା ବାଦାମ

ଚାଷୀମାନଙ୍କର ବସ୍ତା ଓଜନ ସମସ୍ୟା ନେଇ ନୂଆଦିଲ୍ଲୀରେ କୃଷି ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ

ଚୌହାନଙ୍କୁ ଭେଟି ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ସମ୍ବିତ ପାତ୍ର ।

ସେ 35 କିଲୋ ବସ୍ତା ଗୁନି ବ୍ୟାଗରେ 30 କିଲୋ ବିହନ କ୍ରୟ

କରିବା ପାଇଁ ଗ୍ରହଣ କରାଯାଉ ଏବଂ କ୍ରୟ ତାରିଖ ବୃଦ୍ଧି କରାଯାଉ ବୋଲି ଅନୁରୋଧ କରିଥିଲେ l ମନ୍ତ୍ରୀ ମହୋଦୟ

ଗମ୍ଭୀରତାର ସହ ବିଚାର କରି ତୁରନ୍ତ ନିର୍ଦ୍ଦେଶ ଦେଲେ ଏବଂ ଶୀଘ୍ର ସମସ୍ୟାର ସମାଧାନ କରାଯିବ

ବୋଲି ପ୍ରତିଶ୍ରୁତି ଦେଇଥିଲେ l ତାଙ୍କର ସମସ୍ୟାକୁ

ଦେଖି ମନ୍ତ୍ରୀ ନେଇଥିବା ପଦକ୍ଷେପ ପାଇଁ ସେ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛନ୍ତି l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande