ଏଫଏମ କଲେଜ ଛାତ୍ରୀଙ୍କ ବିୟୋଗରେଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 15 ଜୁଲାଇ (ହି.ସ.) - ଏଫଏମ କଲେଜ ଛାତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର
ଏଫଏମ କଲେଜ ଛାତ୍ରୀଙ୍କ ବିୟୋଗରେଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ


ଭୁବନେଶ୍ୱର, 15 ଜୁଲାଇ (ହି.ସ.)

- ଏଫଏମ କଲେଜ ଛାତ୍ରୀଙ୍କ ବିୟୋଗରେ ଶୋକ ପ୍ରକାଶ

କରିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ

କହିଛନ୍ତି ଯେ, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର

ଶୁଣି ମୁଁ ଗଭୀର ଭାବେ ମର୍ମାହତ । ତମାମ ପ୍ରଚେଷ୍ଟା ତଥା ପ୍ରାର୍ଥନା ସତ୍ତ୍ୱେ ଆମେ

ଛାତ୍ରୀଜଣଙ୍କୁ ହରାଇଲୁ ।

ମନ୍ତ୍ରୀ କହିଛନ୍ତି ଯେ, ଇତି ମଧ୍ୟରେ ଦୋଷୀଙ୍କ ପ୍ରତି ଶୂନ୍ୟ

ସହନଶୀଳତା ନୀତିରେ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ଘଟଣା

ଆଗକୁ ନ ଘଟିବ ସେଥିପ୍ରତି ଆମେ ଯତ୍ନଶୀଳ ଅଛୁ । ସବୁ ପରେ ବି ଯାହା ଘଟିଛି ତାହା ଘଟିବାର ନଥିଲା

। ଏଭଳି ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦର ଅଭାବ ମୋ ନିକଟରେ । ପରିବାରବର୍ଗଙ୍କୁ ପ୍ରଭୁ

ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande