ଅବିଭକ୍ତ ବ୍ରହ୍ମବରଦାରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା; ଜବର ଦଖଲ ଉଚ୍ଛେଦ ହେବ : ରସୁଲପୁୂର ତହସିଲଦାର
ଧର୍ମଶାଳା,୧୫ ଜୁଲାଇ୍‌(ହି.ସ) - ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଏକ ବ୍ୟବସାୟ ପ୍ରତିଷ୍ଠାନଭାବେ ବେଶ୍ ପରିଚିତ । ଜିଲାର କେନ୍ଦ୍ର ବିନ୍ଦୁ । ବରୁହାଁ ବାଲିଚନ୍ଦ୍ରପୁର ଏବଂ ଜାରକା- ବ୍ରହ୍ମବରଦାକୁ ସଂଯୋଗ କରୁଛି । ଏହି ଅଂଚଳକୁ ଦୈନଦିନ ଶହଶହ ଜନସାଧାରଣ ଓ ବ୍ୟବସାୟୀମାନେ ନିର୍ଭର କର
ଅବିଭକ୍ତ ବ୍ରହ୍ମବରଦାରେ ସୁଧୁରୁନି ଟ୍ରାଫିକ୍ ସମସ୍ୟା ; ଜବର ଦଖଲ ଉଚ୍ଛେଦ ହେବ : ରସୁଲପୁୂର ତହସିଲଦାର


ଧର୍ମଶାଳା,୧୫ ଜୁଲାଇ୍‌(ହି.ସ) - ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ଏକ ବ୍ୟବସାୟ ପ୍ରତିଷ୍ଠାନଭାବେ ବେଶ୍ ପରିଚିତ । ଜିଲାର କେନ୍ଦ୍ର ବିନ୍ଦୁ । ବରୁହାଁ ବାଲିଚନ୍ଦ୍ରପୁର ଏବଂ ଜାରକା- ବ୍ରହ୍ମବରଦାକୁ ସଂଯୋଗ କରୁଛି । ଏହି ଅଂଚଳକୁ ଦୈନଦିନ ଶହଶହ ଜନସାଧାରଣ ଓ ବ୍ୟବସାୟୀମାନେ ନିର୍ଭର କରନ୍ତି । ଏହା ସହିତ ବ୍ରହ୍ମବରଦାରେ ୧୦ରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ବିଦ୍ୟାଳୟ ,୨ଟି ମହାବିଦ୍ୟାଳୟ,୩ଟି ରାଷ୍ଟାୟତ ବ୍ୟାଙ୍କ ଓ ୩ଗୋଟି ଘରୋଇ ଫାଇନାସ୍ କମ୍ପାନୀ ସହ ବହୁ ପ୍ରତିଷ୍ଠିତ ବ୍ୟବସାୟ କେନ୍ଦ୍ର ରହିଛି । ବ୍ୟାଙ୍କଛକ,ପୁରୁଣା ଫାଣ୍ଡିଛକ,ତାରିଣୀଛକ ,ମଙ୍ଗଳା ମାର୍କେଟ ଓ ଦୂର୍ଗାଛକ ସହ ମହେଶ୍ୱରପୁର ପଂଚାୟତର ଚାନ୍ଦପୁର ଓ ବମ୍ବେଛକ ରହିଛି । ଏହି ସ୍ଥାନକୁ ସକାଳ ଓ ସନ୍ଧ୍ୟାରେ ନାହିଁ ନ ଥିବା ଭିଡ ଜମି ଥାଏ । ଫଳରେ ସକାଳ ୯ଟାରୁ ୧୦ଟା ଓ ପୂର୍ବାହ୍ନ ୪ ବେଳେ ଭିଡ ଜମିବା ହେତୁ ସ୍କୁଲ କଲେଜରୁ ଫେରୁଥିବା ଛାତ୍ରଛାତ୍ରୀମାନେ ଘଂଟା ଘଂଟା ଜାମରେ ଫଶି ରହୁଛନ୍ତି । ଅନ୍ୟ ପକ୍ଷରେ ବ୍ୟବସାୟୀମାନେ ନିଜ ନିଜ ପ୍ରତିଷ୍ଠାନ ଗୁଡିକୁ ମୁଖ୍ୟ ରାସ୍ତାକୁ ବଢାଇ ଦେଇଥିବା ବେଳେ ଆସୁଥିବା ଗ୍ରାହକମାନେ ଜିନିଷ କିଣାକିଣି ସମୟରେ ଗାଡିଗୁଡିକୁ ରାସ୍ତା ଉପରେ ରଖିବାକୁ ବାଧ୍ୟ ହେଉଛନ୍ତି । ସେପଟେ କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମିରେ ଘର ଓ ଅସ୍ଥାୟୀ ଦୋକାନ ଗୃହ ନିର୍ମାଣ କରିଛନ୍ତି । ଫଳରେ ଯାତାୟତ ସମୟରେ ମଧ୍ୟ ଆମ୍ବୁଲାନ୍ସ ଓ ବାଇକରେ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି । ସେପଟେ ଥାନାରେ ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବିଭିନ୍ନ ଛକମାନଙ୍କରେ ପାଟ୍ରୋଲିଂ କରିବା ସମ୍ଭବ ହେଉ ନ ଥିବା ଜଣାପଡିଛି । ବେଆଇନ ଜବର ଦଖଲକୁ ନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଜିଲା ପ୍ରଶାସନ ସ୍ୱତନ୍ତ୍ରଭାବେ ଏହି ଅଂଚଳ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ନିକଟରେ ବ୍ରହ୍ମବରଦା ତାରିଣୀଛକଠାରୁ ମହେଶ୍ୱରପୁର ପଂଚାୟତ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡରେ ସରକାରୀ ଜମିକୁ ଚିହ୍ନଟ କରାଯାଇ ଜବର ଦଖଲ ଉଚ୍ଛେଦ ହେବ ବୋଲି ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା ତାଙ୍କ ପତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande