ପୋକରା ବା ଗମୁରା ଗହମ ଲୋକଙ୍କୁ ଦିଆଯିବନାହିଁ- ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 15 ଜୁଲାଇ (ହି.ସ.)- ଗହମ ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପୋକରା ବା ଗମୁରା ଗହମ ଲୋକଙ୍କୁ ଦିଆଯିବ ନାହିଁ । ଗହମ ଅନେକ ଦିନ ଧରି ରହିଯାଇଥିଲା । ସେଗୁଡିକୁ ଆବଣ୍ଟନ କରାଯାଇପାରିନଥିଲା । ଯଦି ମାନ ଖରାପ ଥିବ, ତେବେ
ପୋକରା ବା ଗମୁରା ଗହମ ଲୋକଙ୍କୁ ଦିଆଯିବନାହିଁ- ଖାଦ୍ୟ ଯୋଗାଣ ମନ୍ତ୍ରୀ


ଭୁବନେଶ୍ୱର, 15 ଜୁଲାଇ (ହି.ସ.)- ଗହମ ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର

ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ପୋକରା ବା ଗମୁରା ଗହମ ଲୋକଙ୍କୁ ଦିଆଯିବ ନାହିଁ । ଗହମ ଅନେକ

ଦିନ ଧରି ରହିଯାଇଥିଲା । ସେଗୁଡିକୁ ଆବଣ୍ଟନ କରାଯାଇପାରିନଥିଲା । ଯଦି ମାନ ଖରାପ ଥିବ, ତେବେ ଗହମ ଆବଣ୍ଟନ ନକରିବା ପାଇଁ ଅଧିକାରୀ ମାନଙ୍କୁ

ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଥର ଆସିଥିଲା ଗହମ । ତାକୁ ଆବଣ୍ଟନ କରାଯାଇ ପାରି ନଥିଲା ।

କାରଣ ଟ୍ରାନ୍ସପୋର୍ଟ ଏବଂ ଗୋଦାମରେ ରଖିବା ପ୍ରକ୍ରିୟା ହୋଇପାରି ନଥିଲା । ସେଥିପାଇଁ ଗହମ

ଦିଆଯାଇନଥିଲା । ତେଣୁ ନୂଆ ଗହମ ବା ଗହମ ଯୋଜନା ଲାଗୁ କରାଯିବା ପାଇଁ ପୁଣି ଥରେ ବୈଠକ କରାଯିବ

ବଳକା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓଡ଼ିଶା

କଥା ଶୁଣୁଛନ୍ତି । ଏ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଆଲୋଚନା କରିଛନ୍ତି । ପଦକ୍ଷେପ ନେବେ ବୋଲି

କହିଛନ୍ତି କେନ୍ଦ୍ର ମନ୍ତ୍ରୀ । ଚାଉଳ ଉଠାଇବ ପାଇଁ ବ୍ୟବସ୍ଥା ହୋଇଛି । ଏଫସିଆଇକୁ

ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏବେ ଗୋଟିଏ ଜାଗାରେ ରାଇସ ଏଟିଏମ ଖୋଲାଯାଇଛି । ଆଗାମୀ ସମୟରେ

ରାଇସ ଏଟିଏମ ଆହୁରି କିଛି ଜାଗାରେ ମଧ୍ୟ କରାଯିବ । ଲୋକ ଧିରେ ଧିରେ ଏହାକୁ ଗ୍ରହଣ କଲେ ସରକାର

ବ୍ୟବସ୍ଥା କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande