ଖାଲଖମାରେ ଭର୍ତି ତେଲକୋଇ ଜଗମୋହନପୁର ମୁଖ୍ୟ ରାସ୍ତା
କେନ୍ଦୁଝର, 18 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ମୁଖ୍ୟାଳୟକୁ ଜଗମୋହନପୁର ଦେଇ ଯାଇଥିବା ରାସ୍ତା ଏକ ମୁଖ୍ୟ ରାସ୍ତା ଭାବେ ଜଣାଯାଏ। କିନ୍ତୁ ଏହି ରାସ୍ତା ଏବେ ପୂର୍ତ୍ତ ବିଭାଗ ଦ୍ୱାରା ଅବରୋଧ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ
ଖାଲଖମାରେ ଭର୍ତି ତେଲକୋଇ ଜଗମୋହନପୁର ମୁଖ୍ୟ ରାସ୍ତା


କେନ୍ଦୁଝର, 18 ଜୁଲାଇ (ହି.ସ.) କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ମୁଖ୍ୟାଳୟକୁ ଜଗମୋହନପୁର ଦେଇ ଯାଇଥିବା ରାସ୍ତା ଏକ ମୁଖ୍ୟ ରାସ୍ତା ଭାବେ ଜଣାଯାଏ। କିନ୍ତୁ ଏହି ରାସ୍ତା ଏବେ ପୂର୍ତ୍ତ ବିଭାଗ ଦ୍ୱାରା ଅବରୋଧ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଯେ ପ୍ରବଳ ବର୍ଷା ଯୋଗୁଁ ଏହି ରାସ୍ତା ଟି ବଡ ବଡ ଖାଲ ଢିପରେ ଭର୍ତି ହୋଇଯାଇଛି। ଏଥିପାଇଁ ପୂର୍ତ୍ତ ବିଭାଗ ବଡ ଯାନ ଚଳାଚଳ ନିଷେଧ ଘୋଷଣା କରି ବୋର୍ଡ ମାରି ରାସ୍ତା ଅବରୋଧ କରିଅଛି। ଦୀର୍ଘ ଏକ ମାସ ହେବ ଏହି ରାସ୍ତା ଅବରୋଧ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ନିଦାବିଷ୍ଣୁ ହେଇ ରହିଯାଇଥିବା ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA


 rajesh pande