ବଲାଙ୍ଗୀର, ୦୨ ଜୁଲାଇ(ହି.ସ.) – ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି। ଟାଉନ ହାଇସ୍କୁଲ ପଡିଆରେ ଜେକେୱାଇଏସ୍ କାଲସାଏପାଲି ୫-୧ ଗୋଲରେ ଭିକ୍ଟୋରିୟସ କ୍ଲବକୁ ହରାଇଛି। ଅତିଥି ଭାବେ ପୂର୍ବତନ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷ ଗୋଳାପ ବାଗ ଓ ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ। ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଓ ଟୁର୍ଣ୍ଣାମେଂଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ। ଖେଳକୁ ଦେବାଶିଷ ବାଗ, ଜିତେନ୍ଦ୍ର ପାତ୍ର, ତ୍ରିନାଥ ଚନ୍ଦନ ଓ ଜିତୁ ଦଲାଇ ପରିଚାଳନା କରିଥିଲେ। ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ସରଗାଡ ଟ୍ରାଇବ୍ରେକର ସଡନ ଡେଥରେ କୁଶଙ୍ଗକୁ ହରାଇଛି। ମୁଖ୍ୟ ଅତିଥି ଭାବେ ଫୁଟବଲ ଏସୋସିଏସନ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଯୋଗ ଦେଇଥିଲେ। ଆଦିତ୍ୟ ପଟ୍ଟନାୟକ ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ଉପସ୍ଥିତ ଥିଲେ। ଖେଳକୁ ବିକି ବିଶି, ସୁଧାଂଶୁ ସେଠ, ଉମେଶ ଭୋଇ ଓ ସଂଜିବ ମହାରଣା ପରିଚାଳନା କରିଥିଲେ। ଚୁଡାପାଲି ପଡିଆରେ ଡଙ୍ଗାଘାଟ ଟ୍ରାଇବ୍ରେକର ୩-୨ ଗୋଲରେ ଲରମ୍ଭା କୁ ହରାଇ ବିଜୟୀ ହେଲା। ପୂର୍ବତନ ଖେଳାଳି ନରେଶ ଅଗ୍ରୱାଲ ଓ ବୃନ୍ଦାବନ ଧରୁଆ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଂଚାସିନ ଥିଲେ। ଖେଳକୁ ପୁରୁଷୋତମ ବୁଡେକ, ରାଜେନ୍ଦ୍ର ସେଠ, ମଂଟୁ ବେହେରା ଓ ବୈକୁଣ୍ଠ ଜେନା ପରିଚାଳନା କରିଥିଲେ। ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ୩-୦ ଗୋଲରେ ମଣିଗାଁ କୁ ହରାଇ ବିଜୟୀ ହେଲା। ଖେଳକୁ ମଳୟ ଘିଭେଲା, ରାଜେଶ ସ୍ୱାଇଁ, ପ୍ରୀତମ ନାଏକ, ମୋହନ ପ୍ରଧାନୀ ଓ ଧବଳେଶ୍ୱର ଦଳବେହେରା ପରିଚାଳନା କରିଥିଲେ। ୩ତାରିଖ ରାଇଜିଂ ଷ୍ଟାର ଟିଟିଲାଗଡ ବନାମ ଜୁରାବନ୍ଧ କେ.ସି.ୟୁ ମଧ୍ୟରେ ଖେଳ ହେବ। ଜରାସିଂହା ମିନି ଷ୍ଟାଡିୟମ ରେ ଜରାସିଂହା ୫-୦ ଗୋଲରେ ତୁଷୁରା କୁ ହରାଇ ବିଜୟୀ ହେଲା। ଅତିଥି ଭାବେ ପୂର୍ବତନ ଖେଳାଳି ରାମ ପରଧିଆ ଓ ବିଏନ୍ଏଏ ସଂପାଦକ ରାଜ କିଶୋର ସେଠ ଯୋଗ ଦେଇଥିଲେ। ଖେଳକୁ କୁନ୍ତେ ମେହେର, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତି ଓ କୈଳାସ ଚନ୍ଦ୍ର କର୍ତି ପରିଚାଳନା କରିଥିଲେ। ଲୋଇସିଂହା ମିନି ଷ୍ଟାଡିୟମରେ ଲୋଇସିଂହା ଏଏ ୧-୦ ଗୋଲରେ ଏଚ୍ଆରଡିଏ ଖଲିଆପାଲିକୁ ହରାଇ ବିଜୟୀ ହେଲା। ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥିô ଭାବେ ଯୋଗ ଦେଇଥିବା ବେଳେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜିତେନ୍ଦ୍ର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳକୁ ପ୍ରଦୀପ ବଗର୍ତି, ଅଞ୍ଜନ ବେସ୍ରା, ରୋଶନ ମେହେର, ଗୋପାଳ ପ୍ରଧାନ ଓ ବିଜୟ ରଣା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଂଟାବାଞ୍ଜି ୩-୦ ଗୋଲରେ ବଡଗମଡା କୁ ହରାଇ ବିଜୟୀ ହେଲା । ଖେଳକୁ ଆଶିର୍ବାଦ ସା, ଗୌରହରି ପୁଟେଲ, ଡିସାମ୍ବର ଭୋଇ, ଦୁଷ୍ମନ୍ତ ସାହୁ, ସୁନିଶ ପ୍ରଧାନୀ ଓ ଦୁଷ୍ମନ୍ତ ବେହେରା ପରିଚାଳନା କରିଥିôଲେ। ଖୁଜେନପାଲି ପଡିଆରେ ରିସନ କାଲସାଏପାଲି ଟ୍ରାଇବ୍ରେକର ୫-୪ ଗୋଲରେ ଜେଏସ୍ସି ଖଲିଆପାଲି କୁ ହରାଇ ବିଜୟୀ ହେଲା । ଅତିଥି ଭାବେ ରାଜେନ୍ଦ୍ର କଲେଜ ଯୁକ୍ତ ଦୁଇ ଅଧ୍ୟକ୍ଷ ଆଲୋକ ମଙ୍ଗରାଜ ଓ ପୂର୍ବତନ ଖେଳାଳି ସୁବାଷ ସ୍ୱାଇଁ ଯୋଗ ଦେଇଥିଲୋ ଖେଳକୁ ଶୁଶାନ୍ତ ନାଗ, ସୁଦର୍ଶନ ସେଠ, ରାଜକୁମାର ପାଣିଗ୍ରାହୀ ଓ ରାଜେନ୍ଦ୍ର ଧରୁଆ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ