ଇମ୍ଫାଲ, 2 ଜୁଲାଇ (ହି.ସ)- ମଣିପୁର ପୋଲିସ ଏବଂ ସୁରକ୍ଷାବାହିନୀ
ମିଳିତ ଭାବରେ ଗତ 30 ଜୁନ ଏବଂ ଏକ ଜୁଲାଇରେ ଅନ୍ୟ ଜିଲ୍ଲାରେ ଗୁପ୍ତଚର ସୁଚନା ଆଧାରିତ ଅଭିଯାନ
ସମୟରେ ନିଷିଦ୍ଧ ସଂଗଠନର ଜଣେ ଶୀର୍ଷ ନେତା ସମେତ ପାଞ୍ଚ ଉଗ୍ରବାଦୀଙ୍କୁ ଗିରଫ କରିଛନ୍ତି।ପୋଲିସ
ଅନୁଯାୟୀ ଜେଡିୟୁଏଫ (ଜେ)ର ଆତ୍ମଘୋଷିତ ଉପମୁଖ୍ୟ ନାମଗକଳୁଙ୍ଗ କାମୋଇ ଓରଫ ନଭେମ୍ବର (42)କୁ ଏକ
ଜୁଲାଇରେ ଇମ୍ଫାଲ ପଶ୍ଚିମର କେକରୁପଟ ନିକଟରେ ଗିରଫ କରିଛନ୍ତି।ତାଙ୍କ ନିକଟରୁ 9ଏମଏମର
ପିସ୍ତଲ,10 ଜୀବନ୍ତ କାରତୁସ ଏବଂ ଗୋଟିଏ ମୋବାଇଲ ଫୋନ ଉଦ୍ଧାର କରାଯାଇଛି।ସେହି ଦିନ ଇମ୍ଫାଲ
ପୁର୍ବରୁ ପୋଲିସ କେୱାଇକେଏଲ (ସୋରେପା)ର ମୁତୁମ ଇବୋହନବୀ ସିଂହ (49)କୁ ଗିରଫ
କରାଯାଇଛି।ତାଙ୍କଠାରୁ ଏକ ମୋବାଇଲ ଫୋନ ଉଦ୍ଧାର କରାଯାଇଛି।ଏହା ବ୍ୟତୀତ କେସୀପୀ (ପୀଡବ୍ଲୁଜୀ)ର
କ୍ୟାଡର ମୋହମ୍ମଦ ଅଜାଦ ଖାନ ଓରଫକଥୋକପା(29)ଙ୍କୁ
ପୋରୋମ୍ପଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଖୁରଇ ଚୌଥାବୀ ଲୀରାକରୁ ଗିରଫ କରାଯାଇଛି।ତାଙ୍କ ନିକଟରୁ
ଗୋଟିଏ ମୋବାଇଲ ଫୋନ ମିଳିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା