ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ, ୪ଟି ମହାଦେଶରେ ନେଟୱାର୍କ କରାଯାଇଥିଲା ବିସ୍ତାର
- ଗୃହମନ୍ତ୍ରୀ ଅମିତ ଶାହ ଏନସିବିକୁ ଅଭିନନ୍ଦନ ଜଣାଇଛନ୍ତି ନୂଆଦିଲ୍ଲୀ, ୨ ଜୁଲାଇ (ହିସ)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ନାର୍କୋଟିକ୍ସ କନ୍ର୍ରୋଲ ବ୍ୟୁରୋ ଏବଂ ସମସ୍ତ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଆନ୍ତର୍ଜାତୀୟ ଡ୍ରଗ୍ସ ରାକେଟର ପର୍ଦ୍ଦାଫାଶ, ୪ଟି ମହାଦେଶରେ ନେଟୱାର୍କ କରାଯାଇଥିଲା ବିସ୍ତାର


- ଗୃହମନ୍ତ୍ରୀ ଅମିତ ଶାହ ଏନସିବିକୁ ଅଭିନନ୍ଦନ ଜଣାଇଛନ୍ତି

ନୂଆଦିଲ୍ଲୀ, ୨ ଜୁଲାଇ (ହିସ)- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୁଧବାର ନାର୍କୋଟିକ୍ସ କନ୍ର୍ରୋଲ ବ୍ୟୁରୋ ଏବଂ ସମସ୍ତ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯାନ ବହୁ-ଏଜେନ୍ସି ସମନ୍ୱୟର ଏକ ମହାନ ଉଦାହରଣ, ଯାହା ଫଳରେ ୮ ଜଣଙ୍କୁ ଗିରଫ କରାଯାଇଥିଲା ଏବଂ ୪୮ ଟି ଡ୍ରଗ୍ସ କନସାଇନ୍ମେ ଜବତ କରାଯାଇଥିଲା।

ଏହି ନେଟୱାର୍କ ଚାରୋଟି ମହାଦେଶ ଏବଂ ଦଶରୁ ଅଧିକ ଦେଶରେ ବିସ୍ତାରିତ ହୋଇଥିଲା। ଭାରତୀୟ ଏଜେନ୍ସିଗୁଡ଼ିକର କାର୍ଯ୍ୟାନୁଷ୍ଠାନ ପରେ, ଯୁକ୍ତରାଷ୍ଟ୍ର ଏବଂ ଅଷ୍ଟ୍ରେଲିଆ ଭଳି ଦେଶରେ ଚୋରା ଚାଲାଣକାରୀଙ୍କ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଗୃହମନ୍ତ୍ରୀ କହିଛନ୍ତି ଯେ ଡ୍ରଗ୍ ମାଫିଆମାନେ ଏବେ କ୍ରିପପ୍ଟୋକରେନ୍ସି ଏବଂ ବେନାମୀ ବିତରଣ ପ୍ରଣାଳୀ ଭଳି ଆଧୁନିକ ପଦ୍ଧତି ବ୍ୟବହାର କରୁଛନ୍ତି, କିନ୍ତୁ ଭାରତର ସୁରକ୍ଷା ଏଜେନ୍ସିଗୁଡ଼ିକ ନିରନ୍ତର ଏହି କାର୍ଯ୍ୟକଳାପ ଉପରେ ନଜର ରଖୁଛନ୍ତି ଏବଂ ଏହି କୌଶଳଗୁଡ଼ିକୁ ପରାସ୍ତ କରିବାକୁ ସକ୍ଷମ। ଶାହ କହିଛନ୍ତି ଯେ ମୋଦି ସରକାର ଦେଶ ହେଉ କିମ୍ବା ବିଦେଶ, ପ୍ରତ୍ୟେକ ଡ୍ରଗ୍ସ ସିଣ୍ଡିକେଟ୍ ମୂଳପୋଛ କରିବାକୁ ପ୍ରତିବଦ୍ଧ। ସେ ପୋଷ୍ଟରେ ଲେଖିଛନ୍ତି, ଆମର ଯୁବପିଢ଼ିଙ୍କୁ ଡ୍ରଗ୍ସ ଫାଶରୁ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande