ସିନ୍ଧେକେଲା ପ୍ରବେଶ ଦ୍ୱାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ବୋର୍ଡ ,, ଟ୍ରାଫିକ କାମ ରୁ ମିଳିବ ନିସ୍ତାର
ବଲାଙ୍ଗିର, 2 ଜୁଲାଇ (ହି.ସ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତ ମୁଖ୍ୟାଳୟର ସମସ୍ତ ପ୍ରବେଶ ଦ୍ଵାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ଜୋନ ସୁଚନା ଫଳକ। ସୁଚନାଯୋଗ୍ୟ ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ଯାଇଛି ୪୨ ନମ୍ବର ରାଜ୍ୟ ରାଜପଥ । ଯାହାକି ଅନତି ଦୂରରେ ଭବାନୀପା
ସିନ୍ଧେକେଲା ପ୍ରବେଶ ଦ୍ୱାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ବୋର୍ଡ ,, ଟ୍ରାଫିକ କାମ ରୁ ମିଳିବ ନିସ୍ତାର


ସିନ୍ଧେକେଲା ପ୍ରବେଶ ଦ୍ୱାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ବୋର୍ଡ ,, ଟ୍ରାଫିକ କାମ ରୁ ମିଳିବ ନିସ୍ତାର


ବଲାଙ୍ଗିର, 2 ଜୁଲାଇ (ହି.ସ) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନ୍ଧେକେଲା ପଞ୍ଚାୟତ ମୁଖ୍ୟାଳୟର ସମସ୍ତ ପ୍ରବେଶ ଦ୍ଵାର ଗୁଡ଼ିକରେ ଲାଗିଲା ନୋ ଏଣ୍ଟ୍ରି ଜୋନ ସୁଚନା ଫଳକ। ସୁଚନାଯୋଗ୍ୟ ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ଯାଇଛି ୪୨ ନମ୍ବର ରାଜ୍ୟ ରାଜପଥ । ଯାହାକି ଅନତି ଦୂରରେ ଭବାନୀପାଟଣା - ରାଇପୁର ୧୯ ନମ୍ବର ରାଜ୍ୟ ରାଜପଥ କୁ ସଂଯୋଗ କରିଛି। ତେଣୁ ଉକ୍ତ ରାସ୍ତା ଦେଇ ଗଲେ ବିଶାଖାପାଟଣା ରୁ ରାଇଘର କୁ କିଛି କମ୍ ଦୁରତା ପଡୁଥିବାରୁ ପ୍ରତିଦିନ ଶତାଧିକ ଭାରୀଯାନ ଚଳାଚଳ ସମେତ ବିଶେଷକରି ବାଲି ବୋଝେଇ ଭାରୀଯାନ ଗୁଡିକ ଦିନରାତି ଅହରହ ପ୍ରବେଶ କରି ଖରା ଓ ଶୀତ ଦିନରେ ଧୂଳିମୟ ପରିବେଶ ସୃଷ୍ଟି ହେବା ସହ ବର୍ଷା ହେଲେ କାଦୁଅ ସଦୃଶ ହୋଇ ବହୁ ଅସୁବିଧା ସୃଷ୍ଟି ହେଉଥିଲା। ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ରଛାତ୍ରୀ, ରୋଗୀ ବାହକ ଆମ୍ବୁଲାନ୍ସ, ପୋଲିସ, ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ବିଭିନ୍ନ କାମରେ ଯାତାୟାତ କରନ୍ତି । ଏଣୁ ଉକ୍ତ ରାସ୍ତାରେ ଘୋର ଟ୍ରାଫିକ ସମସ୍ୟା ମଧ୍ୟ ଲାଗି ରହି ଥାଏ । ଏହି ସବୁ ସମସ୍ୟା କୁ ଦୂର କରିବାପାଇଁ ପ୍ରାୟ ବର୍ଷେ ପୂର୍ବେ ସ୍ଥାନୀୟ ବଣିକ ସଙ୍ଘ ପକ୍ଷରୁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଙ୍କ ନିକଟରେ ଅଭିଯୋଗ ହୋଇଥିଲା । ବିଧାୟକ ଶ୍ରୀ ବାଗ ବଲାଙ୍ଗୀର ଜିଲ୍ଲାପାଳ ଙ୍କୁ ଅବଗତ କରି ଉକ୍ତ ରାସ୍ତାରେ ସକାଳ ୯ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି ଆଦେଶ ଦେବାପାଇଁ କହିଥିଲେ। ବିଧାୟକ ଙ୍କ ଅବଗତ ପରେ ବଲାଙ୍ଗୀର ଜିଲ୍ଲାପାଳ ଆଦେଶ ଦେଇଥିଲେ। ଆଦେଶ ଦେବା ସତ୍ତ୍ୱେ ସିନ୍ଧେକେଲା ପ୍ରବେଶ ଦ୍ୱାର ଗୁଡ଼ିକରେ ନୋ ଏଣ୍ଟ୍ରି ବୋର୍ଡ ଲାଗି ପାରିନଥିଲା। ତେଣୁ ବାହାରୁ ଆସୁଥିବା ଭାରିଯାନ ଗୁଡିକର ଚାଳକମାନେ ଜାଣି ନ ପାରି ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ଆସି ଯାଉଥିଲେ। ତେବେ ଏହାକୁ ନଜରରେ ରଖି ଆର ଏଣ୍ଡ ବି ଏସଡିଓ ଡୋଲେଶ୍ବର ମାଝୀ ଙ୍କୁ ସିନ୍ଧେକେଲା ବଣିକ ସଂଘ ସଭାପତି ଏବଂ ସହ ସମ୍ପାଦକ ଅନିଲ କୁମାର ତ୍ରିପାଠୀ ନୋ ଏଣ୍ଟ୍ରି ସୁଚନା ଫଳକ ଲଗାଇବା ପାଇଁ ଅନୁରୋଧ କରିଥିଲେ। ତେବେ ମଙ୍ଗଳବାର ଆର ଏଣ୍ଡ ବି ତରଫରୁ ସିନ୍ଧେକେଲା ର ତିନୋଟି ପ୍ରବେଶ ଦ୍ୱାର ଗୁଡିକରେ ନୋ ଏଣ୍ଟ୍ରି ବୋର୍ଡ ଲଗାଯାଇଛି। ଏହି ସମୟରେ ସିନ୍ଧେକେଲା ଆଇଆଇସି ପିତାମ୍ବର ମଲ୍ଲିକ ଉକ୍ତ ବୋର୍ଡ ର ଫିତା କାଟି ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ବଣିକ ସଙ୍ଘ ସଭାପତି ସୁବାଷ ଜୈନ , ଉପ ସଭାପତି ଗୋବିନ୍ଦ ସାହୁ , ସମ୍ପାଦକ ସନ୍ତୋଷ ଜୈନ , ସହ ସମ୍ପାଦକ ଅନିଲ ତ୍ରିପାଠୀ , କୋଷାଧ୍ୟକ୍ଷ କିରୋଡି ଜୈନ , ତରୁଣ ଜୈନ , ମିଡିଆ ସମ୍ପାଦକ ଦିନେଶ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande