ଘାଟିରେ ପହଂଚିବା ପରେ ଅମରନାଥ ଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଶ୍ରୀନଗର, 2 ଜୁଲାଇ (ହି.ସ.) -କାଶ୍ମୀରର ଅନେକ ସ୍ଥାନରେ ଅମରନାଥ ଯାତ୍ରାର ପ୍ରଥମ ବ୍ୟାଚ ଯାତ୍ରୀମାନଙ୍କୁ ଘାଟୀରେ ପହଞ୍ଚିବା ସମୟରେ ଉତ୍ସାହର ସହିତ ସ୍ୱାଗତ କରାଯାଇଛି। ଏହି ଦଳରେ ୫,୮୯୨ ଯାତ୍ରୀ ଥିଲେ, ଯାହାକୁ ବୁଧବାର ସକାଳେ ଜମ୍ମୁର ଭଗବତୀ ନଗରରେ ଅବସ୍ଥିତ ଯାତ୍ରା ଆଧାର ଶିବ
ଅମରନାଥ


ଶ୍ରୀନଗର, 2 ଜୁଲାଇ (ହି.ସ.)

-କାଶ୍ମୀରର ଅନେକ ସ୍ଥାନରେ ଅମରନାଥ ଯାତ୍ରାର ପ୍ରଥମ ବ୍ୟାଚ

ଯାତ୍ରୀମାନଙ୍କୁ ଘାଟୀରେ ପହଞ୍ଚିବା ସମୟରେ ଉତ୍ସାହର ସହିତ ସ୍ୱାଗତ କରାଯାଇଛି। ଏହି ଦଳରେ ୫,୮୯୨ ଯାତ୍ରୀ ଥିଲେ, ଯାହାକୁ

ବୁଧବାର ସକାଳେ ଜମ୍ମୁର ଭଗବତୀ ନଗରରେ ଅବସ୍ଥିତ ଯାତ୍ରା ଆଧାର ଶିବିରରୁ ଉପରାଜ୍ୟପାଳ ମନୋଜ ସିହ୍ନା

ସବୁଜ ପତାକା ଦେଖାଇ ବାହାର କରିଥିଲେ।

ଅଧିକାରୀମାନେ କହିଛନ୍ତି ଯେ ଏହି ଯାତ୍ରୀ କାଫିଲାକୁ କୁଲଗାମ, ଅନନ୍ତନାଗ ଓ ଶ୍ରୀନଗର ଜିଲ୍ଲାରେ ପ୍ରଶାସନ ଓ ସ୍ଥାନୀୟ ଲୋକମାନେ ଉତ୍ସାହର

ସହିତ ସ୍ୱାଗତ କରିଥିଲେ। ତୀର୍ଥଯାତ୍ରୀମାନେ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାର କାଜିଗୁଣ୍ଡ

ଅଞ୍ଚଳରେ ନବୟୁଗ ସୁଡଙ୍ଗ ମାଧ୍ୟମରେ ଘାଟିରେ ପହଞ୍ଚିଥିଲେ, ଯେଉଁଠାରେ ଦକ୍ଷିଣ କାଶ୍ମୀର ରେଞ୍ଜର ପୁଲିସ ଉପମହାନିରୀକ୍ଷକ ଓ କୁଲଗାମ ଜିଲ୍ଲାପାଳ

ତାଙ୍କୁ ସ୍ୱାଗତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande