କୋରୋନା ଭ୍ୟାକ୍ସିନ ଓ ହାର୍ଟ ଆଟାକ ଯୋଗୁ ହେଉଥିବା ମୃତ୍ୟୁ ମଧ୍ୟରେ ନାହିଁ ସଂପର୍କ- ସ୍ୱାସ୍ଥ୍ୟ ମନ୍ତ୍ରାଳୟ
ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.) - ଦେଶରେ ଗତ କିଛି ଦିନ ହେବ ହାର୍ଟ ଆଟାକ କାରଣରୁ ହଠାତ୍ ମୃତ୍ୟୁର ଅନେକ ଘଟଣା ଦେଖିବାକୁ ମିଳୁଛି। ଏହାପରେ ଏହି ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଏହାର ସଂପର୍କ କୋଭିଡ୍ ଟିକା ସହ ଅଛି କି? ଏହି ପରିସ୍ଥିତିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋ
ସ୍ୱାସ୍ଥ୍ୟ ମନ୍ତ୍ରାଳୟ


ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.)

- ଦେଶରେ ଗତ

କିଛି ଦିନ ହେବ ହାର୍ଟ ଆଟାକ କାରଣରୁ ହଠାତ୍ ମୃତ୍ୟୁର ଅନେକ ଘଟଣା ଦେଖିବାକୁ ମିଳୁଛି। ଏହାପରେ

ଏହି ପ୍ରଶ୍ନ ଉଠିବାରେ ଲାଗିଛି ଯେ, ଏହାର ସଂପର୍କ କୋଭିଡ୍ ଟିକା ସହ ଅଛି କି? ଏହି ପରିସ୍ଥିତିରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍-୧୯

ଟୀକାକରଣ ସଂପର୍କରେ ଚାଲିଥିବା ସମସ୍ତ ଗୁଜବକୁ ଖଣ୍ଡନ କରି ସ୍ପଷ୍ଟ କରିଛି ଯେ, ଦେଶରେ ଅନେକ ଏଜେନ୍ସି ମାଧ୍ୟମରେ ହଠାତ୍ ଏବଂ ଅସ୍ପଷ୍ଟ ମୃତ୍ୟୁ

ଘଟଣାର ତଦନ୍ତ କରାଯାଇଛି। ଏହି ଅଧ୍ୟୟନଗୁଡିକ ନିଷ୍କର୍ଷରେ ପ୍ରମାଣିତ କରିଛି ଯେ, କୋଭିଡ୍ ଟୀକାକରଣ ଓ ଦେଶରେ ହଠାତ୍ ମୃତ୍ୟୁ ଘଟଣା ମଧ୍ୟରେ କୌଣସି

ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।

କେନ୍ଦ୍ର ସ୍ୱାସ୍ଥ୍ୟ

ମନ୍ତ୍ରଣାଳୟ କହିଛି ଯେ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦଓ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଦ୍ୱାରା କରାଯାଇଥିବା

ଅଧ୍ୟୟନଗୁଡ଼ିକ ଏହା ସ୍ପଷ୍ଟ କରିଛି ଯେ, ଭାରତରେ କରୋନା ଟିକା ସୁରକ୍ଷିତ ଓ ପ୍ରଭାବୀ ଅଟେ । ଏଥିରୁ ଗୁରୁତର ପାର୍ଶ୍ୱ

ପ୍ରତିକ୍ରିୟାର ଘଟଣା ବହୁତ କମ୍ ସଂଖ୍ୟାରେ ଦେଖିବାକୁ ମିଳିଛି। ମନ୍ତ୍ରଣାଳୟ କହିଛି ଯେ ହୃଦୟ

ସମ୍ବନ୍ଧୀୟ ହଠାତ ମୃତ୍ୟୁ ବିଭିନ୍ନ କାରଣରୁ ହୋଇପାରେ, ଯେଉଁଥିରେ ବଂଶାନୁକ୍ରମିକ ଗୁଣ, ଜୀବନଶୈଳୀ, ପୂର୍ବରୁ ଥିବା ରୋଗ ଓ କୋଭିଡ୍ ପରେ ଦେଖାଦେଇଥିବା ଜଟିଳତା

ଅନ୍ତର୍ଗତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande