ବିଜାପୁର, 2 ଜୁଲାଇ (ହି.ସ.)
- ଛତିଶଗଡ଼ର ବିଜାପୁର ଜିଲ୍ଲାର ମଦ୍ଦେଡ଼ ଥାନା ଅଂଚଳ ଅଧୀନ ସିରାକୋଟା-ଡମ୍ପାୟା
ମଧ୍ୟବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ନକ୍ସଲମାନେ ଲଗାଇଥିବା ପ୍ରେସର ଆଇଇଡିବିସ୍ଫୋରଣରେ ବୁଧବାର ଦିନ ପେଗଡାପଲ୍ଲି ଗ୍ରାମର ବାସିନ୍ଦା ବିଶାଲ
ଗୋଟେ (ବୟସ ୩୨ ବର୍ଷ) ଗୁରୁତର ଭାବେ ଆହତ ହୋଇଛନ୍ତି। ବିସ୍ଫୋରଣରେ ତାଙ୍କର ପାଦ ଉଡିଯାଇଛି।
ତାଙ୍କୁ ଜଗଦଲପୁର ମେଡିକାଲ୍ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଗ୍ରାମବାସୀମାନେ
ଏହି ଘଟଣା ସମ୍ବନ୍ଧରେ ପୁଲିସକୁ ସୂଚନା ଦେଇଛନ୍ତି। ବିଜାପୁର ଏଏସ୍ପି ଚନ୍ଦ୍ରକାନ୍ତ ଗଭର୍ଣା
ଏହି ଘଟଣାର ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ ମାମଲାର ତଦନ୍ତ ଚାଲିଛି।
ବିଜାପୁର ଏଏସ୍ପିଙ୍କ ଅନୁଯାୟୀ, ପେଗଡାପଲ୍ଲି ଗ୍ରାମର ବାସିନ୍ଦା ଗ୍ରାମବାସୀ ବିଶାଳ ଗୋଟେ
ସିରାକୋଟା-ଡମ୍ପାୟା ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିଲେ। କିନ୍ତୁ ସେଠାରେ ନକ୍ସଲମାନେ
ଯବାନମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ପୂର୍ବରୁ ପ୍ରେଶର ଆଇଇଡିପ୍ଲାଣ୍ଟ କରିଥିଲେ। ଏହି ସମୟରେ ଗ୍ରାମବାସୀ ବିଶାଳ ଗୋଟେ ତାଙ୍କର
ପାଦ ଏହି ପ୍ରେଶର ଆଇଇଡିଉପରେ ପକାଇଦେଇଥିବାରୁ ଜୋରଦାର ବିସ୍ଫୋରଣ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା