ଧର୍ମଶାଳା,୨ ଜୁଲାଇ(ହି.ସ.) - ଯାଜପୁର ଜିଲାରେ ଲଗାଣ ବର୍ଷା ଜାରି ରହିଛି । ସେପଟେ ଉପର ମଣ୍ଡରେ ବର୍ଷା ହେବା ଫଳରେ ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି । ଏହି ନଦୀରେ ବନ୍ୟା ଜଳ ଆସିବା ଫଳରେ ବନ୍ୟା ଜଳରେ ଭାସି ଜଣେ ନିଖୋଜ ହୋଇ ଯାଇଥିବା ଜଣାପଡିଛି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ବ୍ଲକ ସୁନ୍ଦରେଇମୁହଁ ନିକଟରେ । ନିଖୋଜ ଜଣକ ହେଲେ ବାମଦେବପୁର ମାଝିସାହି ଅଂଚଳର ଫୁକୁନା ଦାସ ବୋଲି ଜଣାପଡିଛି । ଫୁକୁନା ଆଜି ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ବନ୍ୟା ଜଳର ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ । ଖବର ପାଇ ଯାଜପୁର ଅଗ୍ନୀଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ରିପୋର୍ଟ ଲେଖା ହେବା ଯାଏ ତାଙ୍କର କୌଣସି ସନ୍ଧାନ ମିଳି ପାରି ନ ଥିବା ଜଣାପଡିଛି । ଏଭଳି ଘଟଣାକୁ ନେଇ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ