ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି, ରୂପାର ଚମକ ହ୍ରାସ
ନୂଆଦିଲ୍ଲୀ, ୨୨ ଜୁଲାଇ (ହି.ସ.)- ଘରୋଇ ସୁନା ବଜାରରେଆଜି ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ସେହିପରି ରୂପାର ମୂଲ୍ୟରେ , ଆଜି ସାମାନ୍ୟ ହ୍ରାସ ରେକର୍ଡ ହୋଇଛି। ମୂଲ୍ୟ ବୃଦ୍ଧି ଯୋଗୁଁଆଜି ଦେଶର ଅଧିକାଂଶ ସୁନା ବଜାରରେ ୨୪ କ୍ୟାରେଟ୍ ସୁନା ୧,୦୦,୧୬୦ ଟଙ୍କାରୁ ନେ
ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି, ରୂପାର ଚମକ ହ୍ରାସ


ନୂଆଦିଲ୍ଲୀ, ୨୨ ଜୁଲାଇ (ହି.ସ.)- ଘରୋଇ ସୁନା ବଜାରରେଆଜି ସୁନା ମୂଲ୍ୟରେ

ସାମାନ୍ୟ ବୃଦ୍ଧି ଘଟିଛି। ସେହିପରି ରୂପାର ମୂଲ୍ୟରେ , ଆଜି ସାମାନ୍ୟ

ହ୍ରାସ ରେକର୍ଡ ହୋଇଛି। ମୂଲ୍ୟ ବୃଦ୍ଧି ଯୋଗୁଁଆଜି ଦେଶର ଅଧିକାଂଶ

ସୁନା ବଜାରରେ ୨୪ କ୍ୟାରେଟ୍ ସୁନା ୧,୦୦,୧୬୦ ଟଙ୍କାରୁ ନେଇ ୧,୦୦,୩୧୦ ଟଙ୍କା ପ୍ରତି ୧୦ ଗ୍ରାମ ସ୍ତରରେ କାରବାର ହେଉଛି। ସେହିପରି, ୨୨ କ୍ୟାରେଟ୍ ସୁନା ଆଜି ୯୧,୮୧୦ ଟଙ୍କାରୁ ୯୧,୯୬୦ ଟଙ୍କା ପ୍ରତି

୧୦ ଗ୍ରାମ ମଧ୍ୟରେ ବିକ୍ରି ହେଉଛି। ରୂପାର ମୂଲ୍ୟରେ ହ୍ରାସ ଯୋଗୁଁଏହି ଚମକଦାର ଧାତୁ

ଦିଲ୍ଲୀ ସୁନା ବଜାରରେ ଆଜି ୧,୧୫,୯୦୦ ଟଙ୍କା ପ୍ରତି କିଲୋଗ୍ରାମ

ସ୍ତରରେ ବିକ୍ରି ହେଉଛି। ଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ଆଜି ୧,୦୦,୩୧୦ ଟଙ୍କା ପ୍ରତି

୧୦ ଗ୍ରାମ ସ୍ତରରେ କାରବାର ହେଉଥିବାବେଳେ ୨୨

କ୍ୟାରେଟ୍ ସୁନାର ମୂଲ୍ୟ ୯୧,୯୬୦ ଟଙ୍କା ପ୍ରତି

୧୦ ଗ୍ରାମ ରେକର୍ଡ କରାଯାଇଛି। ସେହିପରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ୍

ସୁନା ୧,୦୦,୧୬୦ ଟଙ୍କା ପ୍ରତି

୧୦ ଗ୍ରାମ ଏବଂ ୨୨ କ୍ୟାରେଟ୍ ସୁନା ୯୧,୮୧୦ ଟଙ୍କା ପ୍ରତି

୧୦ ଗ୍ରାମ ସ୍ତରରେ ବିକ୍ରି ହେଉଛି।

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande