ନୂଆଦିଲ୍ଲୀ, 22 ଜୁଲାଇ (ହି.ସ.)- ଏୟାର ଇଣ୍ଡିଆ
ମଙ୍ଗଳବାର କହିଛି ଯେ ସେ ତାର ସମସ୍ତ ବୋଇଂ787 ଓ 737 ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ର ଲକିଂ ତନ୍ତ୍ରର
ସତର୍କତାମୂଳକ ପରୀକ୍ଷା ସମ୍ପୂର୍ଣ୍ଣ କରିଛନ୍ତି। ଏହି ତଦନ୍ତରେ କୌଣସି ସମସ୍ୟା ମିଳିନାହିଁ। ଏହାସହିତ, ଗ୍ରୁପର ଦୁଇଟି ଏୟାରଲାଇନ 14 ଜୁଲାଇ 2025 ରେ ଡିଜିସିଏ ଦ୍ୱାରା
ଜାରି କରାଯାଇଥିବା ନିର୍ଦେଶାବଳୀର ପାଳନ କରିଛି।
ଏୟାର ଇଣ୍ଡିଆ କହିଛି ଯେ, ବୋଇଂ787 ଓ 737 ବିମାନର ଇଂଧନ ନିୟନ୍ତ୍ରଣ ସ୍ୱିଚ୍ର ଲକିଂ ତନ୍ତ୍ରର ନିରୀକ୍ଷଣ
ବେଳେ କୌଣସି ଅସୁବିଧା ଦେଖିବାକୁ ମିଳିନାହିଁ। କମ୍ପାନୀ କହିଛି ଏୟାର ଇଣ୍ଡିଆ 12 ଜୁଲାଇରେ ସ୍ୱଇଛାରେ
ଏହି ପରୀକ୍ଷା କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଏହାକୁ ଡିଜିସିଏଦ୍ୱାରା ନିର୍ଦ୍ଧାରିତ ଥିବା ସମୟସୀମା ମଧ୍ୟରେ ସଫଳତାର ସହିତ
ସମ୍ପୂର୍ଣ୍ଣ କରାଯାଇଛି। ଏଥିରେ କୌଣସି ସମସ୍ୟା ମିଳିନଥିବା ବିଷୟରେ ନିୟାମକକୁ ସୂଚନା
ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା