ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ
ନୂଆ ଦିଲ୍ଲୀ, ୨୩ ଜୁଲାଇ (ହି.ସ.) - ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟର ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନିଷ୍ପତି ବିରୁଦ୍ଧରେ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆଜି, ଯେତେବେଳେ ମହାରାଷ୍ଟ୍ର ସରକାର ମୁଖ୍ୟ ବିଚା
ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଶୀଘ୍ର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ


ନୂଆ ଦିଲ୍ଲୀ, ୨୩ ଜୁଲାଇ (ହି.ସ.) - ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟର ୧୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନିଷ୍ପତି ବିରୁଦ୍ଧରେ ଦାୟର ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଆଜି, ଯେତେବେଳେ ମହାରାଷ୍ଟ୍ର ସରକାର ମୁଖ୍ୟ ବିଚାରପତି ବି.ଆର ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସମ୍ମୁଖରେ ଏହି ଆବେଦନର ଉଲ୍ଲେଖ କରିଥିଲେ ଏବଂ ଶୀଘ୍ର ଶୁଣାଣି ପାଇଁ ଦାବି କରିଥିଲେ, ସେତେବେଳେ ମୁଖ୍ୟ ବିଚାରପତି କହିଥିଲେ ଯେ ଏଥିରେ ଏତେ ଶୀଘ୍ରତା କ’ଣ? ଏହି ମାମଲାରେ ଆଠ ଜଣଙ୍କୁ ମୁକ୍ତ କରାଯାଇସାରିଛି।

ପ୍ରକୃତରେ, ସେପ୍େଟମ୍ବର ୨୦୧୫ରେ, ନିମ୍ନ ଅଦାଲତ ପାଂଚ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ସାତ ଜଣଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲା। ଏହି ଦଣ୍ଡାଦେଶକୁ ଅଭିଯୁକ୍ତମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ୨୧ ଜୁଲାଇରେ ତାଙ୍କ ରାୟ ଦେବା ସମୟରେ ୨୦୦୬ ମୁମ୍ବାଇ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ୧୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟର ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ୭ଟି ବୋମା ବିସ୍ଫୋରଣରେ ମୋଟ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୨୦ ଜଣ ଗୁରୁତର ଆହତ ହୋଇଥିଲେ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande