ନୂଆଦିଲ୍ଲୀ, 22 ଜୁଲାଇ (ହି.ସ.)- ମଙ୍ଗଳବାର
ଦିନ ଲୋକସଭାରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ସରକାର 15 ଫେବୃଆରୀ 2023 ରେ ଦେଶରେ ସହକାରି ଆନ୍ଦୋଳନକୁ ତୃଣମୂଳ ସ୍ତର ଯାଏଁ ସୁଦୃଢ କରିବା
ଏବଂ ଏହାର ପହଞ୍ଚ ପ୍ରତ୍ୟେକ ଗ୍ରାମ ଓ ପଞ୍ଚାୟତ ପର୍ଯ୍ୟନ୍ତ ନିଶ୍ଚିତ କରିବା ପାଇଁ ଏକ ବ୍ୟାପକ
ଯୋଜନାକୁ ମଂଜୁରୀ ଦେଇଥିଲା । ଏହି ଯୋଜନା ଅନୁଯାୟୀ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ
ଦେଶର ସମସ୍ତ ଗ୍ରାମ ଓ ପଞ୍ଚାୟତରେ ଦୁଇ ଲକ୍ଷ ନୂଆ ବହୁଉଦ୍ଦେଶୀୟ ପ୍ରାଥମିକ କୃଷି ଋଣ ସମିତି, ଡାଏରୀ ଓ ମାଛ ଚାଷ ସହକାରି ସମିତି ସ୍ଥାପନ କରିବା ଲକ୍ଷ୍ୟ ରହିଛି।
ଅମିତ ଶାହ ଏକ ପ୍ରଶ୍ନର
ଲିଖିତ ଉତ୍ତରରେ କହିଛନ୍ତି ଯେ, ଏହି ଯୋଜନାକୁ କେନ୍ଦ୍ର ସରକାରଙ୍କର ଏବେର ଯୋଜନା ଯେପରି ଡାଏରୀ ଇନଫ୍ରାଷ୍ଟକଚର
ଡେଭଲପମେଣ୍ଟ ଫଣ୍ଡ, ଜାତୀୟ ଡାଏରୀ ବିକାଶ କାର୍ଯ୍ୟକ୍ରମ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା —
ସହ ସମନ୍ୱୟ କରି ଲାଗୁ କରାଯାଉଛି। ଏଥିରେ ଜାତୀୟ କୃଷି ଓ ଗ୍ରାମୀଣ
ବିକାଶ ବ୍ୟାଙ୍କ (ନାବାର୍ଡ), ଜାତୀୟ ଡେୟରୀ ବିକାଶ ବୋର୍ଡ, ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ ଓ ରାଜ୍ୟ ସରକାର ମୁଖ୍ୟ ଭୂମିକା
ନିଭାଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା