ଗାନ୍ଧିନଗର, 22 ଜୁଲାଇ (ହି.ସ.)- ମହେସାଣା ଦୁଧ
ସାଗର ଡାଏରୀର ବର୍ତ୍ତମାନ ଅଧ୍ୟକ୍ଷ ଅଶୋକ ଚୌଧୁରୀଙ୍କୁ ଗୁଜରାଟ କୋଅପେରେଟିଭ୍ ମିଲ୍କ ମାର୍କେଟିଂ
ଫେଡେରେସନ୍ (ଅମୂଲ୍ ) ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଚୌଧୁରୀଙ୍କ ଏହି
ନିଯୁକ୍ତି ଦ୍ୱାରା ଉତ୍ତର ଗୁଜରାଟର ଦୁଗ୍ଧ ଉତ୍ପାଦକମାନଙ୍କ ହିତକୁ ଏକ ନୂଆ ଦିଗ ମିଳିବା ଆଶା କରାଯାଇଛି।
ବିସନଗର ତାଲୁକାର
ଚିତ୍ରୋଡିପୁରା ଗାଁର ବାସିନ୍ଦା ଅଶୋକ ଚୌଧୁରୀ, ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ବ୍ୟବସାୟ କ୍ଷେତ୍ରରେ
ସକ୍ରିୟ ଅଛନ୍ତି। ସେ 1995 ମସିହାରୁ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଜଡିତ ଅଛନ୍ତି ଏବଂ
ପ୍ରାଥମିକ ସଦସ୍ୟ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରି, ସହର ଓ ଜିଲ୍ଲାର ବିଭିନ୍ନ ପଦବୀରେ ଥାଇ ସେ ଦଳ ପାଇଁ କାମ କରିଛନ୍ତି।
2005 ରୁ 2007 ପର୍ଯ୍ୟନ୍ତ
ସେ ମହେସାଣା ନଗରପାଳିକାର ଅଧ୍ୟକ୍ଷ ଥିଲେ। 2016 ରେ ସେ ଦୁଧ ସାଗର ଡାଏରୀର ନିର୍ଦେଶକ ଓ 2021ରୁ
ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ ଅଛନ୍ତି। ତାଙ୍କର କାର୍ଯ୍ୟକାଳରେ ଡାଏରୀରେ ଟେକ୍ନିକାଲ ସୁଧାର ଏବଂ
ଉତ୍ପାଦକ କୃଷକମାନଙ୍କ ପାଇଁ ଲାଭଜନକ ନୀତିମାନେ ଲାଗୁ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା