ନୂଆଦିଲ୍ଲୀ, 22 ଜୁଲାଇ (ହି.ସ.)-ଜମ୍ମୁ-କାଶ୍ମୀରକୁ
ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦେବା ଦାବିରେ କଂଗ୍ରେସ ମଙ୍ଗଳବାର ଦିନ ଦିଲ୍ଲୀର ଜନ୍ତର-ମନ୍ତରରେ
ବିକ୍ଷୋଭ ପ୍ରଦର୍ଶନ କରିଛି। କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହିତ ଜମ୍ମୁ-କାଶ୍ମୀରର କଂଗ୍ରେସ
ନେତାମାନେ ମଧ୍ୟ ଉପସ୍ଥିତ ଥିଲେ।
କଂଗ୍ରେସ ମହାସଚିବ କେ.ସି.
ବେଣୁଗୋପାଳ କହିଛନ୍ତି ଯେ, ମୋଦି ସରକାର ଜମ୍ମୁ-କାଶ୍ମୀରର ଲୋକମାନଙ୍କ ସହିତ ନୁହେଁ, ବରଂ ସୁପ୍ରିମ କୋର୍ଟଙ୍କୁ ମଧ୍ୟ ଏକ ପ୍ରତିଜ୍ଞା କରିଥିଲେ ଯେ
ନିର୍ବାଚନ ପରେ ରାଜ୍ୟର ମାନ୍ୟତା ପୁନଃସ୍ଥାପିତ କରାଯିବ, କିନ୍ତୁ ଏପର୍ଯ୍ୟନ୍ତ ସେହିପରି କୌଣସି ପଦକ୍ଷେପ ନିଆଯାଇନାହିଁ। ବେଣୁଗୋପାଳ
କହିଛନ୍ତି ଯେ, କଂଗ୍ରେସ
ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ସମଗ୍ର କଂଗ୍ରେସ ପାର୍ଟି ଜମ୍ମୁ-କାଶ୍ମୀରର ଲୋକଙ୍କ
ସହିତ ସେତେବେଳ ଯାଏ ରହିବେ, ଯେତେବେଳ ତାଙ୍କୁ ସେମାନଙ୍କର ଅଧିକାର ପୁନଃ ମିଳିନି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା