ଫରିଦାବାଦ, 22 ଜୁଲାଇ (ହି.ସ.)-ହରିୟାଣାର
ଫରିଦାବାଦରେ ଆଜି ସକାଳ 6ଟା ବେଳେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଛି। ରିକ୍ଟର୍ ସ୍କେଲରେ
ଏହି ଭୂମିକମ୍ପର ତୀବ୍ରତା 3.2 ରେକର୍ଡ ହୋଇଛି। ଏହି ସୂଚନା ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ
କେନ୍ଦ୍ର ପକ୍ଷରୁ ଦିଆଯାଇଛି।
ଫରିଦାବାଦରେ ଆଜି ଭୂକମ୍ପ
ଯୋଗୁ ଭୂପୃଷ୍ଠ ତଳେ ପାଂଚ କିଲୋମିଟର ଗଭୀରରେ ହଲଚଲ ହୋଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ
ଲୋକେ ଭୟରୁ ଘରୁ ବାହାରକୁ ଚାଲିଆସିଥିଲେ । ଏଠାରେ ସୂଚନାଯୋଗ୍ୟହରିୟାଣାର ରୋହତକ ଜିଲ୍ଲାରେ
ଜୁଲାଇ 16 ତାରିଖ ରାତି 12.46 ମିନିଟ ସମୟରେ 3.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।
ଭୂପୃଷ୍ଠରୁ ଏହାର ଗଭୀରତା 10 କିଲୋମିଟର ତଳେ ଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା