ଅଗଷ୍ଟ 26-28 ଯାଏ ଦିଲ୍ଲୀରେ ପରିଚର୍ଚ୍ଚା କରିବେ ସଂଘ ମୁଖ୍ୟ ଭାଗବତ
ନୂଆଦିଲ୍ଲୀ, 22 ଜୁଲାଇ (ହି.ସ.)-ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ପ୍ରମୁଖ ଡ. ମୋହନ ଭାଗବତ ଅଗଷ୍ଟ 26 ରୁ 28 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏକ ଆଲୋଚନା ସଭାକୁ ସମ୍ବୋଧନ କରିବେ। ସଂଘର ଶତାବ୍ଦୀ ବର୍ଷ ଅବସରରେ ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଭବନରେ ଆୟୋଜିତ କରାଯିବ। ଦିଲ୍ଲୀ ପ
ମୋହନ ଭାଗବତ


ନୂଆଦିଲ୍ଲୀ, 22 ଜୁଲାଇ (ହି.ସ.)-ରାଷ୍ଟ୍ରୀୟ

ସ୍ଵଂୟସେବକ ସଂଘର ପ୍ରମୁଖ ଡ. ମୋହନ ଭାଗବତ ଅଗଷ୍ଟ 26 ରୁ 28 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଏକ ଆଲୋଚନା ସଭାକୁ

ସମ୍ବୋଧନ କରିବେ। ସଂଘର ଶତାବ୍ଦୀ ବର୍ଷ ଅବସରରେ ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଭବନରେ ଆୟୋଜିତ

କରାଯିବ। ଦିଲ୍ଲୀ ପ୍ରାନ୍ତ ସଂଘଚାଳକ ଡ. ଅନିଲ ଅଗ୍ରୱାଲ କହିଛନ୍ତି ଯେ, ସଂଘ ପ୍ରମୁଖ ଡ. ଭାଗବତ ଅଗଷ୍ଟ 26, 27 ଓ 28 ତାରିଖ ସଂନ୍ଧ୍ୟା 5.30 ରୁ 7.30 ପର୍ଯ୍ୟନ୍ତ ପ୍ରତିଦିନ ବିଜ୍ଞାନ

ଭବନରେ ଏହି ଆଲୋଚନା ସଭାକୁ ସମ୍ବୋଧନ କରିବେ। ଏହି ଆଲୋଚନା ସଭାରେ ଯୋଗ ଦେବା ପାଇଁ ଦେଶ ଓ

ବିଦେଶର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ତାଲିକା ତିଆରି କରି ନିମନ୍ତ୍ରଣ କରାଯାଉଛି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ 2017ରେ ସେପ୍ଟେମ୍ବର

16 ରୁ 18 ପର୍ଯ୍ୟନ୍ତ ଦିଲ୍ଲୀର ଏହି ବିଜ୍ଞାନ

ଭବନରେ ସଂଘ ପ୍ରମୁଖ ମୋହନ ଭାଗବତ ଏହିପରି ତିନି ଦିନିଆ ଆଲୋଚନା ସଭାରେ ଅଂଶଗ୍ରହଣ କରିଥିଲେ।

ସଂଘର ଇତିହାସରେ ଏହା ପ୍ରଥମ ଥର ପରି ଗୋଟିଏ ଅନୁଷ୍ଠାନ ଥିଲା। ସେଠାରେ 60ରୁ ଅଧିକ ଦେଶର ଦିଲ୍ଲୀସ୍ଥିତ ରାଷ୍ଟ୍ରଦୂତ କିମ୍ବା ହାଇକମିଶନର, ଦେଶର ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂସ୍ଥାର ମୁଖ୍ୟ ଓ

ଚଳଚ୍ଚିତ୍ର ଜଗତର ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା ।

2017 ରେ ଆୟୋଜିତ ଏହି

ପରିଚର୍ଚ୍ଚାରେ ସଂଘ ପ୍ରମୁଖ ସଂଘର ସ୍ଥାପନା, ଏହାର ଉଦ୍ଦେଶ୍ୟ ଓ

କାର୍ଯ୍ୟକଳାପ ସହିତ ସଂଘ ସଂପର୍କରେ ରହିଥିବା କିଛି ଭ୍ରମକୁ ଭାଙ୍ଗିବା ପାଇଁ ଅନେକ

ଗୁରୁତ୍ୱପୂର୍ଣ୍ଣ କଥା ରଖିଥିଲେ। ଅନ୍ତିମ ଦିନ ସେ କିଛି ସଂଭ୍ରାନ୍ତ ସ୍ଵଜନଙ୍କ ପ୍ରଶ୍ନର ଉତ୍ତର

ମଧ୍ୟ ଦେଇଥିଲେ।

1925ରେ ସ୍ଥାପିତ

ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ଏହା ଶତାବ୍ଦୀ ବର୍ଷ ଅଟେ। ଏହି ବର୍ଷ ବିଜୟାଦଶମୀରୁ ଆରମ୍ଭ କରି

ଆଗାମୀ ବିଜୟାଦଶମୀ ପର୍ଯ୍ୟନ୍ତ ସଂଘ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ଜନସଂପର୍କର

ଯୋଜନା ରହିଛି। ସେହି କ୍ରମରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଦେଶର ଚାରିଟି ବଡ଼ ସ୍ଥାନରେ ସଂଘ ପ୍ରମୁଖ ଡ.

ମୋହନ ଭାଗବତ ତିନି ଦିନିଆ ବ୍ୟାଖ୍ୟାନମାଳା କିମ୍ବା ପରିଚର୍ଚ୍ଚାରେ ଅଂଶ ନେବେ। ପ୍ରଥମ ଆୟୋଜନ

26 ରୁ 28 ଅଗଷ୍ଟ ପର୍ଯ୍ୟନ୍ତ ଦିଲ୍ଲୀରେ ହେବ। ଏହା ସହିତ ମୁମ୍ବାଇ, କୋଲକାତା

ଓ ବେଙ୍ଗଲୁରୁରେ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ବ୍ୟତୀତ, ସମଗ୍ର ଦେଶରେ 1500ରୁ ଅଧିକ ସ୍ଥାନରେ ସମ୍ମିଳନୀ ଆୟୋଜିତ ହେବ। ଏହା ସହିତ ଘରେ ଘରେ

ସଂପର୍କ କରି ସଂଘ ସାହିତ୍ୟ ମାଧ୍ୟମରେ ସଂଘର ବିଚାରଧାରା ଓ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ସୂଚନା

ଦିଆଯିବ। ସଂଘ ତାହାର ଶତାବ୍ଦୀ ବର୍ଷ ଅବସରରେ ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ ସଂପର୍କ ସ୍ଥାପନ

କରିବା ଅଭିଯାନରେ ଲାଗିପଡ଼ିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande