ହାଭାର୍ଡ ଫଣ୍ଡିଂ କେସକୁ ନେଇ ବିଚାରପତିଙ୍କୁ ନିଶାନା କଲେ ଟ୍ରମ୍ପ, କହିଲେ- ଟୋଟଲ ଡିଜାଷ୍ଟର
ୱାଶିଂଟନ, 22 ଜୁଲାଇ (ହି.ସ.) - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ହାର୍ଭାର୍ଡ ୟୁନିଭର୍ସିଟିର ଫଣ୍ଡିଂ ସହିତ ଜଡିତ ଏକ ମାମଲାର ଶୁଣାଣି ସମାପ୍ତ ହେବା ପରେ ଶୁଣାଣି କରୁଥିବା ଫେଡେରାଲ୍ ନ୍ୟାୟାଧୀଶ ଏଲିସନ ବେରୋସଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରମ୍ପ
ହାଭାର୍ଡ ଫଣ୍ଡିଂ କେସକୁ     ନେଇ ବିଚାରପତିଙ୍କୁ ନିଶାନା କଲେ ଟ୍ରମ୍ପ, କହିଲେ- ଟୋଟଲ ଡିଜାଷ୍ଟର


ୱାଶିଂଟନ, 22 ଜୁଲାଇ (ହି.ସ.)

- ଆମେରିକାର

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ହାର୍ଭାର୍ଡ ୟୁନିଭର୍ସିଟିର ଫଣ୍ଡିଂ ସହିତ ଜଡିତ ଏକ

ମାମଲାର ଶୁଣାଣି ସମାପ୍ତ ହେବା ପରେ ଶୁଣାଣି କରୁଥିବା ଫେଡେରାଲ୍ ନ୍ୟାୟାଧୀଶ ଏଲିସନ ବେରୋସଙ୍କୁ

ଟାର୍ଗେଟ କରିଛନ୍ତି।

ଟ୍ରମ୍ପ ତାଙ୍କର ସୋସିଆଲ୍

ମିଡିଆ ସାଇଟ୍ ଟ୍ରୁଥ ସୋସିଆଲ୍ ରେ ଲେଖିଛନ୍ତି ଯେ,

“ଏଲିସନ ବେରୋସ ‘ସଂପୂର୍ଣ୍ଣ ବିପର୍ଯ୍ୟୟ’ଅଟନ୍ତି, ଏହା ମୁଁ ତାଙ୍କ ନିଷ୍ପତ୍ତି ନଶୁଣି ମଧ୍ୟ କହୁଛି।”

ଟ୍ରମ୍ପ ଅଭିଯୋଗ କରିଛନ୍ତି

ଯେ ବେରୋସ ହାର୍ଭାର୍ଡ ସହିତ ସଂପୃକ୍ତ ମାମଲାଗୁଡିକ ଉପରେ ବ୍ୟବସ୍ଥିତ ଭାବରେ

ନିୟନ୍ତ୍ରଣ କରିଛନ୍ତି ଏବଂ ସେ ଆମ ଦେଶର ଲୋକମାନଙ୍କ ପାଇଁ ପରାଜୟର ଗ୍ୟାରଣ୍ଟି

ଅଟେ। ସେ ଆଉ ଲେଖିଥିଲେ ଯେ ହାର୍ଭାର୍ଡର ବ୍ୟାଙ୍କରେ 52 ଅରବ ଡଲାର ଅଛି, ତଥାପି ଏହି ସଂସ୍ଥା ଏକ ଇହୁଦୀ ବିରୋଧୀ, ଖ୍ରୀଷ୍ଟିୟାନ ବିରୋଧୀ ଓ ଆମେରିକା ବିରୋଧୀ ସଂସ୍ଥା ଅଟେ। ଜଣାଯାଉଛି

ଯେ ନ୍ୟାୟାଧୀଶ ବେରୋସଙ୍କୁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଯୁକ୍ତ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande