ଗ୍ୱାଲିୟର, 23 ଜୁଲାଇ (ହି.ସ.)
- ମଧ୍ୟପ୍ରଦେଶର
ଗ୍ୱାଲିଅର ଅଞ୍ଚଳରେ ଆଗ୍ରା-ମୁମ୍ବାଇ ଜାତୀୟ ରାଜପଥରେ ମଙ୍ଗଳବାର ରାତିରେ ତୀବ୍ର ଗତିରେ
ଯାଉଥିବା ଏକ କାର କାଉଡ଼ିଆମାନଙ୍କୁ ଧକ୍କା ଦେଇଛି ଏବଂ ଅନିୟନ୍ତ୍ରିତ ହୋଇ ଖାଇ ଭିତରକୁ
ଖସିପଡିଛି । ଏହି ଦୁର୍ଘଟଣାରେ କାଉଡ଼ିଆଙ୍କ ସହିତ ୪ ଜଣଙ୍କ ମୃତ୍ୟୁ ହୋଇଛି ଓ ୨ ଜଣ ଗୁରୁତର
ଆହତ ଅବସ୍ଥାରେ ଅଛନ୍ତି। କାର ଭିତରେ ଥିବା ଲୋକମାନେ ମଧ୍ୟ ଆହତ ହୋଇଛନ୍ତି।
ଘଟଣା ସ୍ଥଳରେ ପହଞ୍ଚିଥିବା
ଚାରିଟି ଥାନାର ପୋଲିସ ଟିମ ପହଂଚି ଆହତମାନଙ୍କୁ ଜେଏଏଚ୍ ଟ୍ରମା ସେଣ୍ଟରକୁ ପଠାଇଛନ୍ତି। ମୃତଦେହର
ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ଗିରୱାଇ ଥାନା ଅଞ୍ଚଳରେ ଥିବା ନ୍ୟାସନାଲ୍ ହାଇୱେର
ଶିବପୁରୀ ଲିଙ୍କ୍ ରୋରେ ଅବସ୍ଥିତ ଶୀତଳା ମାତା ମନ୍ଦିର ଗେଟ୍ ପାଖରେ ମଙ୍ଗଳବାର ରାତି ୧ଟା
ସମୟରେ ଘଟିଥିଲା।
ପୋଲିସ ପକ୍ଷରୁ କୁହାଯାଇଛି
ଯେ,
ଶୀତଳା ମାତା ମନ୍ଦିର ତିରାହା ନିକଟରେ ଦ୍ରୁତଗତିର କାର ଏକ ରାସ୍ତା
ପାଖରେ ଚାଲୁଥିବା କାଉଡ଼ିଆମାନଙ୍କ ଦଳକୁ ଚାପିଦେଇଥିଲା। ଦୁର୍ଘଟଣା ପରେ କାର ସହିତ କାଉଡ଼ିଆମାନେ
ଖାଇରେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ତିନି ଜଣ କାଉଡ଼ିଆ ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ
ଗୁରୁତର ଆହତ ହୋଇଥିବା ଜଣେ ଲୋକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଦୁଇ ଜଣ ଗୁରୁତର ଆହତ
ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା