ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ ବିଧେୟକ ଲୋକସଭାରେ ଆଗତ
ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- କେନ୍ଦ୍ର ସରକାର ଖେଳାଳିମାନଙ୍କର ଅଧିକାର ସୁରକ୍ଷା କରିବା ଓ ଡୋପିଂ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ କରିବା ଉଦ୍ଦେଶ୍ୟରେ ଜାତୀୟ ଆଣ୍ଟି ଡୋପିଂ (ସଂଶୋଧନ) ବିଧେୟକ, 2025 ଆଣିଛନ୍ତି । ଏହି ବିଧେୟକ ବୁଧବାର ଦିନ ଲୋକସଭାରେ ଆଗତ କରାଯାଇଛି।
ଜାତୀୟ ଆଣ୍ଟି ଡୋପିଂ ସଂଶୋଧନ     ବିଧେୟକ ଲୋକସଭାରେ ଆଗତ


ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- କେନ୍ଦ୍ର

ସରକାର ଖେଳାଳିମାନଙ୍କର ଅଧିକାର ସୁରକ୍ଷା କରିବା ଓ ଡୋପିଂ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ପ୍ରଭାବୀ

କରିବା ଉଦ୍ଦେଶ୍ୟରେ ଜାତୀୟ ଆଣ୍ଟି ଡୋପିଂ (ସଂଶୋଧନ) ବିଧେୟକ, 2025 ଆଣିଛନ୍ତି । ଏହି ବିଧେୟକ ବୁଧବାର ଦିନ ଲୋକସଭାରେ ଆଗତ କରାଯାଇଛି।

ଏହି ବିଧେୟକ ବିଶ୍ୱ ଆଣ୍ଟିଡୋପିଂ ଏଜେନ୍ସିର ନିୟମାବଳୀର ପାଳନ ସୁନିଶ୍ଚିତ କରୁଛି।

ଯୁବ କାର୍ଯ୍ୟକ୍ରମ ଏବଂ

କ୍ରୀଡା ମନ୍ତ୍ରୀ ଡ଼ଃ ମନସୁଖ ମାଣ୍ଡଭିଆ 2022ର ଏହା ସହିତ ସଂପୃକ୍ତ ଅଧିନିୟମରେ ସଂଶୋଧନ ସହିତ ଜଡିତ

ବିଧେୟକ ଲୋକସଭାରେ ଆଗତ କରିଛନ୍ତି। ବିଧେୟକର ଉଦ୍ଦେଶ୍ୟ ହେଉଛି କ୍ରୀଡାରେ ଆଣ୍ଟିଡୋପିଂ ପଦକ୍ଷେପଗୁଡିକୁ

ପ୍ରୋତ୍ସାହିତ ଓ ସୁଦୃଢ଼ କରିବା, ଜାତୀୟ ଆଣ୍ଟିଡୋପିଂ ଏଜେନ୍ସି ଓ ଜାତୀୟ ଡୋପ ପରୀକ୍ଷଣ ପ୍ରୟୋଗଶାଳାର

ସଞ୍ଚାଳନ ପାଇଁ ଏକ ବୈଧାନିକ ଢଞ୍ଚା ପ୍ରଦାନ କରିବା, ଏବଂ କ୍ରୀଡାରେ ଆଣ୍ଟିଡୋପିଂ ଜାତୀୟ ବୋର୍ଡ ଗଠନ କରିବା ଅଟେ।

ବିଧେୟକରେ

ଜାତୀୟ ଡୋପିଂ ଆଣ୍ଟି ଏଜେନ୍ସି (ନାଡା) ଏବଂ ଜାତୀୟ ଆଣ୍ଟିଡୋପିଂ ପରୀକ୍ଷଣ ପ୍ରୟୋଗଶାଳା

(ଏନଡିଟିଏଲ) ର ସଞ୍ଚାଳନ ଓ ଗଠନରେ ଆବଶ୍ୟକ ସଂଶୋଧନ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦୁଇଟି

ସଂସ୍ଥାକୁ ଅଧିକ ପାରଦର୍ଶୀ, ଦାୟୀ ଓ ବିଶ୍ୱସନୀୟ କରିବା। ବିଧେୟକରେ

ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ହେଲେ ଶୁଣାଣୀ ଓ ଅପିଲ୍

ପ୍ରକ୍ରିୟା କେମିତି ହେବ । ନାଡା ଦ୍ୱାରା ତିଆରି ହୋଇଥିବା ନିୟମାନୁସାରେ ଡୋପ ପରୀକ୍ଷା, ଶାସନାନୁଗତ

କାର୍ଯ୍ୟାବଳୀ ଏବଂ ଅପିଲ୍ ପ୍ରକ୍ରିୟା ଚାଳିତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande