ପାଟଣା, 23 ଜୁଲାଇ (ହି.ସ.)- ନେପାଳର ତରାଇ
ଅଞ୍ଚଳ ଓ ପଡୋଶୀ ରାଜ୍ୟରେ ହେଉଥିବା ପ୍ରବଳ ବର୍ଷାର ପ୍ରଭାବରେ ବିହାରରେ ଗଙ୍ଗା, କୋଶୀ ଓ ବୁଢ଼ି ଗଣ୍ଡକ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଏହି ନଦୀର
ଜଳସ୍ତର ବଢ଼ିବା ଫଳରେ ୯ଟି ଜିଲ୍ଲା—ବକ୍ସର, ପାଟନା, ବୈଶାଳୀ, ସମସ୍ତିପୁର, ମୁଙ୍ଗେର, ବେଗୁସରାଏ, କଟିହାର, ଭାଗଲପୁର ଓ ଖଗଡ଼ିଆରେ ବନ୍ୟା ଆଶଙ୍କା ଦେଖାଦେଇଛି । ଜଳ ସଂଶାଧନ
ବିଭାଗର ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷରେ ଜୁଲାଇ ମାସରେ ଗଙ୍ଗା ନଦୀରେ ଏପରି ଉଚ୍ଚ ଜଳସ୍ତର କେବେ ଦେଖାଯାଇନଥିଲା।
ବକ୍ସରରେ ଗତ ବର୍ଷ ତୁଳନାରେ ଗଙ୍ଗାର ଜଳସ୍ତର ୬ ମିଟର ଓ ପଟନାରେ ୨ ମିଟର ଅଧିକ ଅଛି।
ଫାରକ୍କା ବ୍ୟାରେଜର ସମସ୍ତ
୧୦୮ଟି ଗେଟ୍ ଖୋଲାଯାଇଛି, ଯାହା
ଫଳରେ ଗଙ୍ଗାର ପାଣି ବେଗରେ ବାହାରୁଛି। ମଙ୍ଗଳବାର ସନ୍ଧ୍ୟାରେ ପାଟନାରେ ଗଙ୍ଗା ବନ୍ୟା ସତର୍କ
ସୀମାରୁ ୪୩ ସେ.ମି. ଓ ଫାରକ୍କାରେ ୨୦ ସେ.ମି. ଉପରେ ପ୍ରବାହିତ ହେଉଥିଲା। ବକ୍ସରରୁ କହଲଗାଁଉ
ପର୍ଯ୍ୟନ୍ତ ଗଙ୍ଗାର ପ୍ରବଳ ଧାରା ତଟବନ୍ଧ ଉପରେ ଚାପ ବଢୁଛି । ଜଳ ସଂଶାଧନ ବିଭାଗ ବନ୍ଧଗୁଡିକୁ ସୁରକ୍ଷିତ
ରଖିବା ପାଇଁ ୬୦୦ ଜଣ ସୁରକ୍ଷାକର୍ମୀ ଓ ୪୫ରୁ ଅଧିକ ଯନ୍ତ୍ରୀଙ୍କୁ ନିଯୁକ୍ତ କରିଛି। ଏହାସହିତ
ରାତିରେ ପାଟ୍ରୋଲିଂ ଆରମ୍ଭ କରାଯାଇଛି।
ବ୍ୟାରେଜରୁ ପାଣି
ଛାଡ଼ିଦିଆଯିବାରୁ କୋଶୀ ଓ ବୁଢ଼ି ଗଣ୍ଡକ ସହିତ ସହିତ ପୁନପୁନ ଓ ଦରଧା ନଦୀର ଜଳସ୍ତର ମଧ୍ୟ
ବୃଦ୍ଧି ପାଇଛି। ଜଳ ସଂଶାଧନ ବିଭାଗ ଅନୁଯାୟୀ, ଏହି ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ଗଙ୍ଗା ନଦୀରେ ଗତ ବର୍ଷ
ତୁଳନାରେ ୫ ମିଟର ଅଧିକ ପାଣି ଥିଲା। ଫାରକ୍କା ବାରାଜର ଗେଟ୍ ଖୋଲିଦିଆଯିବାରୁ ଗଙ୍ଗାର ପାଣି
ଦ୍ରୁତ ଗତିରେ ବାହାରୁଛି, କିନ୍ତୁ ଏହା ଫଳରେ ତଳିଆ ଅଞ୍ଚଳରେ ବନ୍ୟାର ବିପଦ ଦେଖାଦେଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା