ୟୁପିର କାନପୁର, ଆଗରା ଓ ମେରଠ ଜିଲ୍ଲାର ଅନେକ ଘରୋଇ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ
ଲକ୍ଷ୍ନୌ, 23 ଜୁଲାଇ (ହି.ସ.)-ଉତ୍ତର ପ୍ରଦେଶର କାନପୁର, ଆଗ୍ରା ଓ ମେରଠଜିଲ୍ଲାର ଘରୋଇ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ବୁଧବାର ଦିନ ସ୍କୁଲର ଇମେଲ୍‌ରେ ପଠାଯାଇଥିବା ଏହି ଧମକି ପରେ ପୁଲିସ ସତର୍କ ହୋଇ ବୋମା ନିରୋଧକ ଦଳମାନଙ୍କ ସହ ବିଦ୍ୟାଳୟଗୁ
ୟୁପିର କାନପୁର, ଆଗରା ଓ     ମେରଠ ଜିଲ୍ଲାର ଅନେକ ଘରୋଇ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ


ଲକ୍ଷ୍ନୌ, 23 ଜୁଲାଇ (ହି.ସ.)-ଉତ୍ତର

ପ୍ରଦେଶର କାନପୁର, ଆଗ୍ରା

ଓ ମେରଠଜିଲ୍ଲାର ଘରୋଇ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି ।

ବୁଧବାର ଦିନ ସ୍କୁଲର ଇମେଲ୍‌ରେ ପଠାଯାଇଥିବା ଏହି ଧମକି ପରେ ପୁଲିସ ସତର୍କ ହୋଇ ବୋମା ନିରୋଧକ

ଦଳମାନଙ୍କ ସହ ବିଦ୍ୟାଳୟଗୁଡ଼ିକରେ ତଲାସୀ କରିଛି, କିନ୍ତୁ କେଉଁଠି ମଧ୍ୟ କିଛି ସନ୍ଦେହଜନକ ବସ୍ତୁ ମିଳିନାହିଁ।

କାନପୁରର ସଂଯୁକ୍ତ ପୁଲିସ କମିଶନର

(ଆଇନ ଏବଂ ବ୍ୟବସ୍ଥା) ଆଶୁତୋଷ କୁମାର ଆଜି କହିଛନ୍ତି ଯେ ଗୁଲମୋହର, ଜୟପୁରିଆ ସହ ସହରର ୧୨ରୁ ଅଧିକ ଘରୋଇ ସ୍କୁଲକୁ ବୋମାରେ ଉଡାଇଦେବାର

ଧମକ ମିଳିଛି । ଏହା ପରେ ପୁଲିସ ଓ ବୋମା ନିରୋଧକ ଦଳ ବିଦ୍ୟାଳୟଗୁଡିକରେ ସଘନ ତଦନ୍ତ ଅଭିଯାନ

ଚାଲାଇଥିଲେ, କିନ୍ତୁ

କୌଣସି ବିସ୍ଫୋରକ ସାମଗ୍ରୀ ବା ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମିଳିନାହିଁ। ବିଦ୍ୟାଳୟର ସମସ୍ତ

ପିଲା ନିରାପଦ ଅଛନ୍ତି। ଏହି ଘଟଣାରେ ସାଇବର ସେଲ୍‌କୁ ଆଲର୍ଟ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande