ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)-ସଂସଦର
ଉଭୟ ଗୃହରେ ଅପରେସନ୍ ସିନ୍ଦୂର ବିଷୟରେ ଆସନ୍ତା ସପ୍ତାହରେ ଆଲୋଚନା ହେବ। ବୁଧବାର ଦିନ
ରାଜ୍ୟସଭାର କାର୍ଯ୍ୟ ମନ୍ତ୍ରଣା ସମିତି ବୈଠକରେ ପହେଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍
ସିନ୍ଦୂର ବିଷୟରେ ୧୬ ଘଣ୍ଟିଆ ଆଲୋଚନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ବିରୋଧୀ
ଉପନେତା ପ୍ରମୋଦ ତିୱାରୀ ବିଏସିବୈଠକ ପରେ ସଂସଦ ଭବନ ପରିସରରେ ମିଡିଆକୁ କହିଛନ୍ତି ଯେ, ଏହି ବୈଠକ ରାଜ୍ୟସଭା ଉପସଭାପତି ହରିବଂଶଙ୍କ ଅଧ୍ୟକ୍ଷତାରେ ହୋଇଥିଲା।
ବିରୋଧୀ ଦାବି କରିଥିଲେ ଯେ ଅପରେସନ୍ ସିନ୍ଦୂର ବିଷୟରେ ଶୀଘ୍ର ଆଲୋଚନା କରାଯିବା ଉଚିତ। ସେ
କହିଛନ୍ତି ଯେ ରାଜ୍ୟସଭାରେ ଏହି ବିଷୟରେ ୧୬ ଘଣ୍ଟା, ଅର୍ଥାତ ଦୁଇ ଦିନ ଧରି ଆଲୋଚନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହିତ
ବିରୋଧୀ ଏହି ଅବଧିରେ କୌଣସି ପ୍ରସ୍ତାବ ନ ଆଣିବାକୁ ମଧ୍ୟ ଦାବି କରିଛନ୍ତି।
ତିୱାରୀ କହିଛନ୍ତି ଯେ, ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବାରୁ ଏହି ଆଲୋଚନାରେ
ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତି ପ୍ରତି ଆମର ଦାବିକୁ କ୍ଷମତାସୀନ ପାର୍ଟି ପ୍ରତ୍ୟାଖ୍ୟାନ
କରିନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ରୁ ୨୬ ଜୁଲାଇ ପର୍ଯ୍ୟନ୍ତ ବ୍ରିଟେନ୍ ଓ
ମାଲଦ୍ୱୀପ ଗସ୍ତରେ ଯାଇଛନ୍ତି । ସେ ଫେରିଆସିବା ପରେ ଆଗାମୀ ସପ୍ତାହରେ ପ୍ରଥମେ ଲୋକସଭାରେ ଓ
ପରେ ରାଜ୍ୟସଭାରେ ଏହି ବିଷୟରେ ଆଲୋଚନା କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା