ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)-ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ବୁଧବାର ଦିନ ବ୍ରିଟେନ୍ ଓ ମାଲଦ୍ୱୀପକୁ ଚାରି ଦିନିଆ ଗସ୍ତରେ ପ୍ରସ୍ଥାନ
କରିଛନ୍ତି । ଏହି ଗସ୍ତ ସମୟରେ ସେ ଉଭୟ ଦେଶର ନେତାମାନଙ୍କ ସହିତ ଦ୍ୱିପକ୍ଷୀୟ ଓ ଆନ୍ତର୍ଜାତୀୟ
ଗୁରୁତ୍ୱର ବିଷୟରେ ଆଲୋଚନା କରିବେ। ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ୨୩ ଓ ୨୪
ଜୁଲାଇରେ ବ୍ରିଟେନ୍ ରହିବେ, ଯେଉଁଠାରେ ସେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ କିଅର୍ ଷ୍ଟାର୍ମର ସହିତ ଦ୍ୱିପକ୍ଷୀୟ ଆଲୋଚନା
କରିବେ ଓ ଅନେକ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ଏହି ଯାତ୍ରାର ମୁଖ୍ୟ
ଆକର୍ଷଣ ହେଉଛି ଭାରତ-ବ୍ରିଟେନ୍ ମୁକ୍ତ ବ୍ୟପାର ଚୁକ୍ତି ,ଯାହାକୁ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ପାଇଁ ଏକ ମାଇଲଷ୍ଟୋନ
ବୋଲି ମନେ କରାଯାଉଛି।
ବିଦେଶ ଗସ୍ତରେ ବାହାରିବା
ପୂର୍ବରୁ ପ୍ରଧାନମନ୍ତ୍ରୀ ଏକ ବୟାନରେ କହିଛନ୍ତି ଯେ, ଭାରତ ଓ ବ୍ରିଟେନ୍ ମଧ୍ୟରେ ବ୍ୟପାର, ନିବେଶ, ପ୍ରଯୁକ୍ତି, ନୂତନତ୍ୱ, ପ୍ରତିରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ, ଗବେଷଣା ଓ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ପରିସର ଭିତରେ ସହଯୋଗ
ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। ଏହି ଯାତ୍ରା ଏହି ସମ୍ପର୍କକୁ ଆହୁରି ଗଭୀର କରିବ।
ବ୍ରିଟେନ୍ ଗସ୍ତ ସମୟରେ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜା ଚାର୍ଲ୍ସ ତୃତୀୟଙ୍କ ସହିତ ସାକ୍ଷାତ୍କାର ମଧ୍ୟ ପ୍ରସ୍ତାବିତ
ଅଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ସାର୍ କିଅର୍
ଷ୍ଟାର୍ମର ସହିତ ହେବାକୁ ଯାଉଥିବା ମିଟିଂ ଉଭୟ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ଗଭୀର
କରିବ। ଏହି ବୈଠକ ଉଭୟ ଦେଶରେ ସମୃଦ୍ଧି, ବିକାଶ ଓ ଚାକିରି ସୃଷ୍ଟିକୁ ଉତ୍ସାହିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ
ପ୍ରମାଣିତ ହେବ। ଏହା ସହିତ, ପ୍ରଧାନମନ୍ତ୍ରୀଙ୍କ ରାଜା ଚାର୍ଲ୍ସ ତୃତୀୟଙ୍କ ସହିତ ମଧ୍ୟ ସାକ୍ଷାତ୍କାର ପ୍ରସ୍ତାବିତ
ଅଛି।
ପ୍ରଧାନମନ୍ତ୍ରୀ ଏହାପରେ
୨୫-୨୬ ଜୁଲାଇ ମାସରେ ମାଲଦ୍ୱୀପ ଯାତ୍ରାରେ ରହିବେ, ଯେଉଁଠାରେ ସେ ରାଷ୍ଟ୍ରପତି ଡ଼ଃ ମହମ୍ମଦ ମୁଇଜ୍ଜୁଙ୍କ ନିମନ୍ତ୍ରଣରେ
ମାଲଦ୍ୱୀପର ସ୍ୱାଧୀନତାର ୬୦ତମ ବାର୍ଷିକୀ ଉତ୍ସବରେ ଅଂଶଗ୍ରହଣ କରିବେ। ଏହି ବର୍ଷ ଭାରତ ଓ
ମାଲଦ୍ୱୀପ ମଧ୍ୟରେ ରାଜନୈତିକ ସମ୍ପର୍କର ମଧ୍ୟ ୬୦ ବର୍ଷ ପୂର୍ଣ୍ଣ ହେଉଛି। ମୋଦି କହିଛନ୍ତି ଯେ
ସେ ରାଷ୍ଟ୍ରପତି ମୁଇଜ୍ଜୁ ଓ ମାଲଦ୍ୱୀପର ଅନ୍ୟ ନେତାମାନଙ୍କ ସହିତ ସାକ୍ଷାତ୍କାର କରି, ଭାରତ-ମାଲଦ୍ୱୀପ ମଧ୍ୟରେ ବ୍ୟାପକ ଆର୍ଥିକ ଓ ସାମୁଦ୍ରିକ ସୁରକ୍ଷା ବୁଝାମଣାକୁ
ଅଧିକ ସୁଦୃଢ଼ କରିବାକୁ ଉତ୍ସୁକ। ସେ କହିଛନ୍ତି ଯେ, ଆମର ସାଂଘାତିକ ଦୃଷ୍ଟିକୋଣ, ବିଶେଷକରି ସାମୁଦ୍ରିକ ସୁରକ୍ଷା ଓ ଆର୍ଥିକ ସହଯୋଗ କ୍ଷେତ୍ରରେ, ହିନ୍ଦ ମହାସାଗର ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧି ନିଶ୍ଚିତ କରିବାରେ
ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ଯାତ୍ରା ପଡୋଶୀ ପ୍ରଥମ ନୀତିକୁ ଶକ୍ତି ଦେବ ଏବଂ
ଭାରତୀୟ ନାଗରିକଙ୍କ ପାଇଁ ଲାଭ ନେଇଆସିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା