ଆଜି ବ୍ରିଟେନ ଗସ୍ତରେ ଯିବେ ପିଏମ ମୋଦି
ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ବ୍ରିଟେନ୍ ଗସ୍ତ କରିବେ। ଏହି ଗସ୍ତରେ ସେ ବହୁପ୍ରତୀକ୍ଷିତ ମୁକ୍ତ ବ୍ୟବସାୟ ଚୁକ୍ତି (ଏଫ୍‌ଟିଏ)କୁ ଅନ୍ତିମ ରୂପ ଦେବା ସହିତ ଖାଲିସ୍ତାନୀ ଚରମପନ୍ଥୀମାନଙ୍କର ଉପସ୍ଥିତି ସହ ବିଭିନ୍ନ ବିଷୟ
ଆଜି ବ୍ରିଟେନ ଗସ୍ତରେ     ଯିବେ ପିଏମ ମୋଦି


ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ବୁଧବାର ଦିନ ବ୍ରିଟେନ୍ ଗସ୍ତ କରିବେ। ଏହି ଗସ୍ତରେ ସେ ବହୁପ୍ରତୀକ୍ଷିତ ମୁକ୍ତ

ବ୍ୟବସାୟ ଚୁକ୍ତି (ଏଫ୍‌ଟିଏ)କୁ ଅନ୍ତିମ ରୂପ ଦେବା ସହିତ ଖାଲିସ୍ତାନୀ ଚରମପନ୍ଥୀମାନଙ୍କର

ଉପସ୍ଥିତି ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦି ଆଜି ତାଙ୍କର

ଚତୁର୍ଥ ବ୍ରିଟେନ୍ ଗସ୍ତ ଯିବେ। ସ୍ଥାନୀୟ ସମୟ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ସେ ବ୍ରିଟେନ୍

ପହଞ୍ଚିବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୨୩ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ବ୍ରିଟେନର

ପ୍ରଧାନମନ୍ତ୍ରୀ କୀର୍ ଷ୍ଟାର୍ମର୍ ସହିତ ଆଲୋଚନା ପାଇଁ ବ୍ରିଟେନକୁ ଔପଚାରିକ ଗସ୍ତରେ ରହିବେ।

ସେ ରାଜା ଚାର୍ଲ୍ସ ତୃତୀୟଙ୍କ ସହିତ ମଧ୍ୟ ଭେଟ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande