ଦିଲ୍ଲୀ, ନୋଏଡା, ଗାଜିଆବାଦ ଓ ଆଖପାଖ ଅଂଚଳରେ ପ୍ରବଳ ବର୍ଷା
ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- ରାଜଧାନୀ ଦିଲ୍ଲୀ ଓ ସୀମାବର୍ତ୍ତୀ ରାଜ୍ୟର ମହାନଗରଗୁଡ଼ିକରେ ଆଜି ସକାଳେ ପ୍ରବଳ ବର୍ଷା ହୋଇଛି। ଏହାର ଫଳରେ ଅନେକ ସ୍ଥାନରେ ପାଣି ଜମିଯାଇଛି। ଏହି କାରଣରୁ ଚାକିରି କରୁଥିବା ଲୋକମାନେ ସେମାନଙ୍କର ଗନ୍ତବ୍ୟ ସ୍ଥାନରେ ସମୟରେ ପହଁଚିବାରେ
ଦିଲ୍ଲୀ, ନୋଏଡା,     ଗାଜିଆବାଦ ଓ ଆଖପାଖ ଅଂଚଳରେ ପ୍ରବଳ ବର୍ଷା


ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- ରାଜଧାନୀ

ଦିଲ୍ଲୀ ଓ ସୀମାବର୍ତ୍ତୀ ରାଜ୍ୟର ମହାନଗରଗୁଡ଼ିକରେ ଆଜି ସକାଳେ ପ୍ରବଳ ବର୍ଷା ହୋଇଛି। ଏହାର

ଫଳରେ ଅନେକ ସ୍ଥାନରେ ପାଣି ଜମିଯାଇଛି। ଏହି କାରଣରୁ ଚାକିରି କରୁଥିବା ଲୋକମାନେ ସେମାନଙ୍କର

ଗନ୍ତବ୍ୟ ସ୍ଥାନରେ ସମୟରେ ପହଁଚିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ଗାଜିଆବାଦ ଓ ନୋଏଡାର ବାଦଲ ଛାଇ ରହିଛି ।

ଭାରତୀୟ ପାଣିପାଗ ବିଜ୍ଞାନ

କେନ୍ଦ୍ର ମେଘମାଳାର ଅବସ୍ଥା ଉପରେ ଉପଗ୍ରହ ଚିତ୍ର ଜାରି କରିଛି। କେନ୍ଦ୍ର ପକ୍ଷରୁ ଅଧିକାଂଶ

ସ୍ଥାନରେ ଆଜି ବର୍ଷା ହେବାର ପୂର୍ବାନୁମାନ ଦିଆଯାଇଛି। ବର୍ଷା ହେବା ଫଳରେ ତାପମାତ୍ରା କିଛି

ହ୍ରାସ ପାଇଛି, କିନ୍ତୁ

ଏହା ସକାଳ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ କାର୍ଯ୍ୟାଳୟ ପହଁଚିବାକୁ ଚେଷ୍ଟା କରୁଥିବା ଲୋକମାନଙ୍କ ଅସୁବିଧା ବଢ଼ାଇଛି।

ବର୍ଷା ଓ କାଉଡ଼ିଆ ତୀର୍ଥଯାତ୍ରା ପ୍ରଭାବରୁ ଏନସିଆର୍ ଅଞ୍ଚଳରେ ସଡ଼କରେ ଟ୍ରାଫିକ୍ ଜାମ

ଲାଗିଛି।

ପାଣିପାଗ ଓ ବିଜ୍ଞାନ କେନ୍ଦ୍ର

ଅନୁଯାୟୀ,

ଦିଲ୍ଲୀରେ ୨୯ ଜୁନ୍ ତାରିଖରେ ମୌସୁମୀ ଆଗମନ କରିଥିଲା। ଏପର୍ଯ୍ୟନ୍ତ

୨୩୪.୬ ମିଲିମିଟର ବର୍ଷା ହୋଇଛି, ଯାହା ସାଧାରଣ ବର୍ଷା ଠାରୁ ଅଧିକ। ସାଧାରଣ ବର୍ଷା ୨୧୭.୫ ମିଲିମିଟର

ଅଟେ। ଏହି ଜୁଲାଇ ମାସର ପ୍ରଥମ ୧୦ ଦିନରେ ସଫଦରଜଙ୍ଗ ପାଣିପାଗ କେନ୍ଦ୍ରରେ ୧୨୭.୫ ମିଲିମିଟର

ବର୍ଷା ରେକର୍ଡ କରାଯାଇଛି। ଏହି ମାସର ସାଧାରଣ ବର୍ଷା ୧୪୩ ମିଲିମିଟର ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande