ଭୁବନେଶ୍ୱର, 23 ଜୁଲାଇ (ହି.ସ.)
- ଆସନ୍ତା 24 ରୁ ଲଘୁଚାପ ବର୍ଷା ହେବ ବୋଲି ପାଣିପାଗ ବିଭାଗ
ପୂର୍ବାନୁମାନ କରିଛ । ବୈତରଣୀ, ବ୍ରାହ୍ମଣୀର ଅପର ଓ ଲୋୟର ବେସିନ,
ମହାନଦୀର ଅପର ଓ ଲୋୟର ବେସିନ ସହ ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ବେସିନରେ
26 ରୁ 37 ମିଳିମିଟର ବର୍ଷା ହେବା ନେଇ
ଆଶଙ୍କା କରାଯାଉଛି । ଲଗାଣ ବର୍ଷା ହେଲେ ବଢ଼ିପାରେ ଜଳସ୍ତର । ଏଥିପାଇଁ ଜଳ ଭଣ୍ଡାର ଗୁଡିକୁ
ଖାଲି କରାଯାଇଥିବାରୁ ବନ୍ୟା ପାଣି ରଖିବାକୁ ଭଲ ସ୍ଥିତି ଅଛି । ନଦୀ ଗୁଡିକ ବିପଦ ସଂକେତ ଓ
ସତର୍କ ସଂକେତ ତଳେ ରହିଥିବା ବେଳେ ବର୍ଷା ଦେଖି ଜଳଭଣ୍ଡାରର ଗେଟ ଖୋଲିବା ନିଷ୍ପତ୍ତି ନିଆଯିବ
ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା