କାନପୁର, 23 ଜୁଲାଇ (ହି.ସ.)-ପୂର୍ବତନ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କାନପୁରର ସ୍ଥିତ ପ୍ରାଚୀନ ଶିବ ମନ୍ଦିର ବାବା ଆନନ୍ଦେଶ୍ୱର
ମନ୍ଦିରରେ ବିଧିବିଧାନ ଅନୁଯାୟୀ ବାବାଙ୍କୁ ଜଳାଭିଷେକ କରି ପୂଜା-ଅର୍ଚ୍ଚନା କରିଥିଲେ ଓ ମା
ଗଙ୍ଗାଙ୍କ ଆରତି କରିଥିଲେ। କୋବିନ୍ଦ ସେଠାରେ ତାଙ୍କର ପୁରୁଣା ଦିନଗୁଡିକୁ ସ୍ମରଣ କରି ବାବା
ଆନନ୍ଦେଶ୍ୱରଙ୍କ ପାଖରେ ସମଗ୍ର ବିଶ୍ୱର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।
ପୂର୍ବତନ ରାଷ୍ଟ୍ରପତି
ରାମନାଥ କୋବିନ୍ଦ ୨୦ ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ଚାରି ଦିନିଆ କାନପୁର ଗସ୍ତରେ ଅଛନ୍ତି। ସେ
ରବିବାର ଦିନ ଦିଲ୍ଲୀରୁ ବିମାନ ଯୋଗେ କାନପୁର ପହଁଚିଥିଲେ। ସେ ସୋମବାର ଓ ମଙ୍ଗଳବାର କିଛି
ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ବୁଧବାର ଦିନ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ
ପରମଟ ସ୍ଥିତ ବାବା ଆନନ୍ଦେଶ୍ୱର ରେଗବାନ ଶିବଙ୍କ ଦର୍ଶନ ପାଇଁ ଯାଇଥିଲେ। ଏହି ସମୟରେ ସେ ବିଧିବିଧାନ
ଅନୁଯାୟୀ ବାବାଙ୍କୁ ଜଳାଭିଷେକ କରି ପୂଜା ଅର୍ଚ୍ଚନା କଲେ ଓ ମା ଗଙ୍ଗାଙ୍କ ଆରତି କରିଥିଲେ ।
ପୂଜା ପରେ କୋବିନ୍ଦ କହିଛନ୍ତି ଯେ, ଆଜି ପବିତ୍ର ଶ୍ରାବଣ ମାସରେ ମୋତେ ପ୍ରାଚୀନ ଶିବ
ମନ୍ଦିର ବାବା ଆନନ୍ଦେଶ୍ୱରରେ ଆସିବାର ସୌଭାଗ୍ୟ ମିଳିଛି। ଏହି ସ୍ଥାନ ମୋ ପାଇଁ ବହୁତ ପବିତ୍ର।
କାନପୁରରେ ଡିଏଭି ହଷ୍ଟେଲରେ ରହି ଶିକ୍ଷା ଗ୍ରହଣ କରୁଥିବାବେଳେ ପ୍ରତିଦିନ ଏହି ମନ୍ଦିରକୁ ଆସି
ବାବାଙ୍କ ଦର୍ଶନ କରୁଥିଲି। ଭଗବାନ ଶିବଙ୍କ ପାଖରେ ଏହି କାମନା କରୁଛି ଯେ ସମସ୍ତଙ୍କ କଲ୍ୟାଣ ହେଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା