ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- ନିର୍ବାଚନ ଆୟୋଗ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ପ୍ରସ୍ତୁତି ସମ୍ପୂର୍ଣ୍ଣ ହେବା ପରେ ନିର୍ବାଚନ କାର୍ଯ
ଉପରାଷ୍ଟ୍ରପତି ପଦ ପାଇଁ     ନିର୍ବାଚନ ପ୍ରକ୍ରିୟା ଆରମ୍ଭ


ନୂଆଦିଲ୍ଲୀ, 23 ଜୁଲାଇ (ହି.ସ.)- ନିର୍ବାଚନ

ଆୟୋଗ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ଉପରାଷ୍ଟ୍ରପତି

ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଆବଶ୍ୟକ ପ୍ରସ୍ତୁତି

ସମ୍ପୂର୍ଣ୍ଣ ହେବା ପରେ ନିର୍ବାଚନ କାର୍ଯ୍ୟସୂଚୀର ଘୋଷଣା କରାଯିବ। ବୁଧବାର ଦିନ ଆୟୋଗ ଜଣାଇଛି

ଯେ,

ଗୃହ ମନ୍ତ୍ରଣାଳୟ ଦ୍ୱାରା ୨୨ ଜୁଲାଇରେ ଜାରିକୃତ ଏକ ଅଧିସୂଚନାରେ

ଜଗଦୀପ ଧନଖଡ଼ଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ବିଷୟରେ ଅବଗତ କରାଯାଇଛି। ଆୟୋଗ

ସଂବିଧାନର ଅନୁଚ୍ଛେଦ ୩୨୪ ଅନୁଯାୟୀ ଉପରାଷ୍ଟ୍ରପତି ନିର୍ବାଚନ ଆୟୋଜନ କରିବାକୁ ଅଧିକୃତ। ଏହି

ନିର୍ବାଚନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ଆଇନ, ୧୯୫୨ ଓ ତାହା ଅନୁଯାୟୀ ନିର୍ମିତ ନିୟମାବଳୀ ଅନୁଯାୟୀ ହେବ। ଆୟୋଗ ତାର

ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛି। ଏଥିରେ ନିର୍ବାଚକ ମଣ୍ଡଳୀର ପ୍ରସ୍ତୁତି, ରିଟର୍ଣ୍ଣିଂ ଅଫିସର ଏବଂ ସହଯୋଗୀ ରିଟର୍ଣ୍ଣିଂ ଅଫିସରମାନଙ୍କ

ନିଯୁକ୍ତି, ପୂର୍ବ ଉପରାଷ୍ଟ୍ରପତି ନିର୍ବାଚନ ସମ୍ବନ୍ଧୀୟ ପୃଷ୍ଠଭୂମି

ସାମଗ୍ରୀର ସଂଗ୍ରହ ଓ ବିତରଣ ସାମିଲ ଅଛି। ଭାରତର ଉପରାଷ୍ଟ୍ରପତି ନିର୍ବାଚନ ଏକ ନିର୍ବାଚକ

ମଣ୍ଡଳୀ ଦ୍ୱାରା କରାଯାଏ। ଏହି ମଣ୍ଡଳୀରେ ଲୋକସଭା ଓ ରାଜ୍ୟସଭାର ନିର୍ବାଚିତ ଏବଂ ମନୋନୀତ

ସଦସ୍ୟମାନେ ଅନ୍ତର୍ଭୁକ୍ତ ଥାଆନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande