ସୁକମା, ୨୪ ଜୁଲାଇ (ହି.ସ.) – ଛତିଶଗଡ଼ର ସୁକମାରେ ନକ୍ସଲ ସଂଗଠନରେ ସକ୍ରିୟ ଥିବା ପାଂଚ ଜଣ ନକ୍ସଲ ଗୁରୁବାର ଦିନ ସୁକମା ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ପୋଲିସ ଅଧିକ୍ଷକ ନକ୍ସଲ ଅପରେସନ୍ ସୁକମା ଏବଂ ଆସିଷ୍ଟାଂଟ କମାଣ୍ଡାଂଟ ୧୩୧ ବାଟାଲିୟନ ସିଆରପିଏଫଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ଚିନ୍ତଲନାର ପୋଲିସ ଷ୍ଟେସନ ଏବଂ ସିଆରପିଏଫ ୭୪ ଏବଂ ୧୩୧ ବାଟାଲିୟନ ସୂଚନା ଶାଖାର କର୍ମଚାରୀମାନେ ଏହି ନକସଲମାନଙ୍କୁ ଆତ୍ମସମର୍ପଣ କରିବାକୁ ଉତ୍ସାହିତ କରି ଥିଲେ । ସୁକମା ଅତିରିକ୍ତ ପୋଲିସ ଅଧିକ୍ଷକ ରୋହିତ ଶାହା କହିଛନ୍ତି ଯେ, ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲବାଦୀ ସୁକମା ଜିଲ୍ଲାର ଜଗରଗୁଣ୍ଡା ଏବଂ ଚିନ୍ତଲନାର ପୋଲିସ ଷ୍ଟେସନ ଅଂଚଳରେ ନକ୍ସଲ ସଂଗଠନରେ ସକ୍ରିୟ ଥିଲେ ଏବଂ ପୋଲିସ ପେଟ୍ରୋଲିଂ ପାର୍ଟିର ରେକି ଭଳି ବିଭିନ୍ନ କାର୍ଯ୍ୟ କରିବା, ପୋଲିସ ପାର୍ଟିକୁ ଯିବା ଆସିବା ରାସ୍ତାରେ ଆଇଇଡ଼ି ସ୍ପାଇକ୍ ରଖିବା, ରାସ୍ତା ଖୋଳି ଅବରୋଧ କରିବା, ସରକାର ଏବଂ ପ୍ରଶାସନ ବିରୁଦ୍ଧରେ ନକ୍ସଲବାଦୀ ପୁସ୍ତିକା ଲଗାଇବା ଇତ୍ୟାଦି ଘଟଣାରେ ଜଡ଼ିତ ଅଛନ୍ତି । ଉପରୋକ୍ତ ସମସ୍ତ ଆତ୍ମସମର୍ପଣକାରୀ ନକ୍ସଲଙ୍କୁ ସରକାରଙ୍କ ନୂତନ ପୁନର୍ବାସ ନୀତି ଛତିଶଗଡ଼ ନକ୍ସଲ ଆତ୍ମ ସମର୍ପଣ ପୁନର୍ବାସ ନୀତି-୨୦୨୫ ଅଧିନରେ ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ଦିଆଯାଇଥିଲା । ଏହା ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।
ହିନ୍ଦୁସ୍ଥାନ ସମାଚାର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ